ମା ମାଣିକେଶ୍ୱରୀ କଲେଜ ଠାରେ ଭୋଟର ସଚେତନତା କର୍ମଶାଳା

କଳାହାଣ୍ଡି,୨୫/୧୦ : ଗଣତନ୍ତ୍ର ପ୍ରକ୍ରିୟାରେ ଭୋଟ ଦାନର ଯଥେଷ୍ଟ ଗୁରୁତ୍ବ ରହିଛି । ଭାରତୀୟ ନିର୍ବାଚନ ଆୟୋଗ ଦ୍ବାରା ନିର୍ବାଚନକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିକ୍ରମରେ ନୂତନ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଭୋଟର ଯାଞ୍ଚ ପ୍ରକ୍ରିୟା କର୍ମଶାଳା କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ମା ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଥୁଆମୂଳ ରାମପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।

ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମୁଣ୍ଡଛିନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଶ୍ରୀ ଚନ୍ଦନ, ସମ୍ମାନୀତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ କଳାହାଣ୍ଡି ଶ୍ରୀମତୀ ଶୁଭଦିପ୍ତା ମହାନ୍ତି, ସହକାରୀ ଜିଲ୍ଲାପାଳ ଉପ – ଜିଲ୍ଲାପାଳ କାର୍ଯ୍ୟାଳୟ କଳାହାଣ୍ଡି ସୁଶ୍ରୀ ଜ୍ୟୋତ୍ସ୍ନା ଏବଂ ଥୁଆମୂଲ ରାମପୁର ତହସିଲଦାର ବିନୟ କୁମାର ଭୋଇ ପ୍ରମୁଖ ଅଂଶ ଗ୍ରହଣ କରି ଭୋଟର ସଚେତନତା ଓ ପଞ୍ଜିକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଅଧ୍ୟାପକ ବବୃ ବାହାନ ବୁଦ୍ଧିଆ ସଭା ପରିଚାଳନା କରିଥିବାବେଳେ ଅଧ୍ୟାପକ ସରୋଜ କୁମାର ପଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.