କୋକସରାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୧୯

କୋକସରା,୨୯/୧୦ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠୀ ସାଧନ କେନ୍ଦ୍ର ଠାରେ ସୋମବାର ବ୍ଲକ ସ୍ତରୀୟ ସୁରଭି  ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ତପିମଣି ଜାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ସରପଞ୍ଚ  କିଶୋର ଚନ୍ଦ୍ର ପ୍ରଧାନୀ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ଲଡ଼ୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ, ବ୍ଲକ ସହ ଶିକ୍ଷାଅଧିକାରୀ ତୋଫାନ ମାଝୀ, ବିଜୟ କୁମାର ବାରିକ, ସୁଶୀଳା ପୋଧାର, ଲଷ୍ମୀଧର ସେନାପତି, ଦୂର୍ଯ୍ୟୋଧନ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ସଂଜୀବ ପାଢ଼ୀ, ଗୋବର୍ଦ୍ଧନ ବେମାଳ ଓ  ଚନ୍ଦ୍ରଭାନୁ ସୁନା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରି ଥିବା ବେଳେ ଚିତ୍ତ ରଞ୍ଜନ ଠାକୁର ମୁଖ୍ୟ ବିଚାର ପତି କାର୍ଯ୍ୟ ତୁଲେଇ ଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ ୧୧ଟି କ୍ଲଷ୍ଟରରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବରିଷ୍ଠ ଓ କନିଷ୍ଠ ବିଭାଗର କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା ।  ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ ସଂଗୀତ ଓ ଏକାଙ୍କିକା ମାଧ୍ୟମରେ ଲୋକଙ୍କୁ ପରିବେଶ ସଫା ରଖିବା, ଶିକ୍ଷାର ମହତ୍ୱ ଓ ବାଲ୍ୟ ବିବାହ ପ୍ରତି ସଚେତନ ବାର୍ତା ପ୍ରଦାନ କରି ଥିଲେ ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.