ଡମ୍ବକର୍ଲାଖୁଣ୍ଟାରେ ଗିରି ଗୋବର୍ଦ୍ଧନ ପୂଜା : କୃଷ୍ଣ ପ୍ରେମରେ ବିଭୋର ଜନତା

ଦ୍ବାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ପ୍ରକୃତି ଓ ପରଂବ୍ରହ୍ମ ପୂଜନର ଅନନ୍ୟ ଧାରା ବିଷୟରେ ଗୋପପୁରବାସୀଙ୍କୁ ମାର୍ଗଦର୍ଶନ ଦେବାକୁଯାଇ ଗିରି ଗୋବର୍ଦ୍ଧନ ପୂଜା ଆରମ୍ଭ କରିଥିଲେ । ସେହି ପୂଜାର ଧାରା ବର୍ତ୍ତମାନ ସୁଦ୍ଧା ଅନୁଶୃତ ହୋଇ ସନାତନ ଧର୍ମଧାରାରେ ଏକ ମହାନ ପାର୍ବଣର ରୂପ ନେଇଛି । ସେହିକ୍ରମରେ କଳାହାଣ୍ଡି ଜିଲ୍ଲାର ହିଭିନ୍ନ ସ୍ଥାନରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେଉଛି ।

କଳାହାଣ୍ଡି,୨୯/୧୦(ହେମନ୍ତ ସାହୁ) : ମ.ରାମପୁର ବ୍ଲକର ବିଭିନ୍ନ ସ୍ଥାନରେ ଗିରି ଗୋବର୍ଦ୍ଧନ ପୂଜା ପାଇଁ ଉତ୍ସବ ମୁଖର ହେଇଛି ପୁରପଲ୍ଲୀ । କଳସ ଶୋଭାଯାତ୍ରା ପରେ ସୋମବାର ଠାରୁ ଡ଼ମ୍ବକର୍ଲାଖୁଂଟା ଠାରେ ଆରମ୍ଭ ହେଇଛି ପୂଜାର୍ଚ୍ଚନା । ଏହି ପୂଜା ଆଗାମୀ ୩୧ ତାରିଖଯାଏଁ ହେବାକୁ ଥିବାବେଳେ କର୍ତ୍ତା ଭାବରେ ଧନୁ ଧରୁଆ ଦାୟିତ୍ୱ ସଂପାଦନ କରୁଛନ୍ତି । ସଂପାଦକ ବଳଦେବ ସାହୁ ଏବଂ ସଭାପତି ମନୋଜ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଉତ୍ସବରେ ଶରତଚନ୍ଦ୍ର ପୁଝାରୀ, ପୀତାମ୍ବର ସାହୁ,ବସୁଧୀର ସେନାପତି, ସୁଶାନ୍ତ ଛତ୍ରିଆ, ଅର୍ଜୁନ ବାରିକ, ଜୟନ୍ତ ଛତ୍ରିଆ, ପ୍ରତାପ ବାଗ, ଦୟାନିଧି ବାଗ, ଗୁଣନିଧି ଧରୁଆ, ପ୍ରେମରାଜ କୁମୁରା, ବିକାଶ କୁମୁରା, ଅନନ୍ତ ଭୋଇ, ଗଜିନ ପାତ୍ର, ବିମ୍ବା ଧରୁଆ, ଗିରି ପୁଝାରୀ, ଗିରିଧିାରୀ ମାଝୀ, ପୀତାମ୍ବର କୁମୁରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ପ୍ରତିରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିବା ଜଣାଯାଇଛି ।

 

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.