ରୋଗୀଙ୍କୁ ଭରସା ଦୋଳା : ରାସ୍ତାବିନା ପଥହୁଡା ହେଇଛି ବିକାଶ

ଯୋଜନା ପରେ ଯୋଜନା ପାଣିଫାଟି ଯାଉଛି କିନ୍ତୁ ଆଜିବି ରାଜ୍ୟର ଅନେକ ଗ୍ରାମାଞ୍ଚଳକୁ ବିକାଶର ପଦଚିହ୍ନ ପଡିପାରୁନି । ମୁଖ୍ୟ ସମସ୍ୟା ହେଉଛି ଗମନାଗମନ । ରାସ୍ତାବିନା ପଥହୁଡା ହେଉଛି ବିକାଶ । ରାଜ୍ୟ ସରକାର ଏଦିଗରେ ଧ୍ୟାନ ଦିଅନ୍ତୁ । 

କଳାହାଣ୍ଡି,୨୯/୧୦(ହେମନ୍ତ ସାହୁ) : ମ.ରାମପୁର ବ୍ଲକରେ ଆଜି ବି ଅନେକ ଗାଁକୁ ସଂଯୋଗ ହେଇନି ରାସ୍ତା । ଏମିତି କି ବାଇକଟିଏ ବି ଯିବା କଷ୍ଟକର ହେଇପଡ଼େ କିଛି ଗାଁକୁ । ଗାଁରେ ଯଦି ରୋଗ ହେଲା କି ଜ୍ୱର ହେଲା ତେବେ ଖଟିଆ ହେଉ କି ଦୋଳା ହିଁ ସାଜିଥାଏ ଏମାନଙ୍କ ପାଇଁ ଭରସା । ଆଜି ମାଣିକେରା ପଂଚାୟତ ବାଡ଼ାପଦର ଗ୍ରାମର ପାଉଲ ନାଏକଙ୍କ ସ୍ତ୍ରୀ ସୁରତି ନାଏକଙ୍କ ଦେହ ଖରାପ ହେବା ପରେ ବାଡ଼ାପଦରଠାରୁ ମାର୍ଦ୍ଦାଜୋର ଦୀର୍ଘ ୬ କିଲୋମିଟର ଧରି ଦୋଳାରେ ଆଣିବା ପରେ ସେଠାରୁ ୧୦୮ ଯୋଗେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସାମାନ୍ୟ ଦେହ ଖରାପ ହେଲେ ବି ଲୋକେ ନାହିଁ ନଥିବା ଅସୁବିଧାରେ ପଡ଼ି ଖଟିଆରେ ବୁହାହେବା ଘଟଣା ବିକାଶକୁ ଏକ ତୀର୍ଯ୍ୟକ ନିଶ୍ଚୟ । ଆଜି ବି ଏମିତି ଦୃଶ୍ୟ ଘୋର ଲଜ୍ଜାଜନକ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ କେବେ ପ୍ରତିଗାଁକୁ ରାସ୍ତା ଓ ଡ଼ିଜିଟାଲ ଇଣ୍ଡିଆର ସ୍ୱପ୍ନ ସାକାର ହେବ ତାହା କେବଳ ଦେଖିବାକୁ ବାକି ରହିଲା ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.