The great Dom caste : ଏକ ସଂକ୍ଷିପ୍ତ ଦୃଷ୍ଟିପାତ

ପାରସ୍ୟ ସମ୍ରାଟଙ୍କ ନିମନ୍ତ୍ରଣ କ୍ରମେ ସପ୍ତମ/ଅଷ୍ଟମ ଶତାବ୍ଦିରେ ବଏରାମ ଗୌରଙ୍କ ଶାସନ ସମୟରେ ଆଟବିକ ରାଜ୍ୟ (କଳାହାଣ୍ଡି , କୋରାପୁଟ, ବସ୍ତର) ଏବଂ ତୈତଳିକ ଜନପଦ (ଟିଟିଲାଗଡ) ଅଞ୍ଚଳରୁ ପ୍ରାୟ ୧୨ହଜାର ବାଦ୍ୟକାର ବା ବଜନିଆ ଗୋଷ୍ଠୀ ବାଦ୍ୟ ଶିକ୍ଷା ଦେବାକୁ ପାରସ୍ୟ ଯାଇଥିଲେ । ଐତିହାସିକ ମାନେ ଏହି ବାଦ୍ୟକାର ଗୋଷ୍ଠୀଙ୍କୁ ‘The great Dom caste’ ଭାବେ ଚିହ୍ନଟ କରିଛନ୍ତି ।

Omkar Vasthu
Omkar Vasthu

ଓଡିଶାର ପଶ୍ଚିମାଞ୍ଚଳରେ ଗଣାବଜା ଏକ ପ୍ରାଚୀନ ଲୋକବାଦ୍ୟ । ବିବାହ ସଂସ୍କାର ଓ ଦେବାଦେବୀ ପୂଜାର୍ଚ୍ଚନା ସମୟରେ ଏହି ବାଦ୍ୟ ବାଦନ କରିବାକୁ ଶୁଭ ବୋଲି ଗ୍ରହଣ କରାଯାଇଛି । ଗ୍ରନ୍ଥ ବର୍ଣିତ ଚର୍ତୁବିଧ ବାଦ୍ୟ ପରମ୍ପରା ଯଥା ଅବନନ୍ଧ, ଘନ, ସୂଷୀର ଓ ତତ୍ ବାଦ୍ୟ ମଧ୍ୟରୁ ଏହି ଗଣାବଜା ତ୍ରିବିଧ ବାଦ୍ୟଯନ୍ତ୍ରର ସମାହାରରେ ଗତିଶିଳ ହୋଇଥାଏ । ଏହି ବାଦ୍ୟବୃନ୍ଦର ରୂପ ନେଇଛି ଦୁନ୍ଦୁଭି (ନିଷାନ) ବାଦ୍ୟ ଆଧାରରେ । ଏହି ବାଦ୍ୟ ଆଧାରରେ ହିଁ ସ୍ବାତୀ ମୁନି ପୁଷ୍କର ବା ତ୍ରିପୁଷ୍କର ବାଦ୍ୟର ଆବିଷ୍କାର କରିଥିଲେ । ଭାରତୀୟ ସଂସ୍କୃତିରେ ସ୍ବାତୀ ମୁନିଙ୍କୁ ଶାସ୍ତ୍ରୀୟ ବାଦ୍ୟର ଆବିଷ୍କର୍ତ୍ତା ଭାବେ ମାନ୍ୟତା ଦିଆଯାଏ ।

Pearl dental clinic
Near Ashish Medical Store, Bhawanipatna

ଆଜି ସମୟର ନିଷ୍ଠୁର ପଦଘାତରେ ଏହି ବଜନିଆ ଗୋଷ୍ଠୀ ନିସ୍ପେଷିତ ଜୀବନ ନିର୍ବାହ କରି ସମାଜର ତଳ ସ୍ଥରର ବ୍ୟକ୍ତି ଭାବେ ପରିଗଣିତ ହେଉଛନ୍ତି । ତେଣୁ ସମୟର ଆହ୍ବାନ ଏହି ଗୋଷ୍ଠୀର ଦାୟାଦ ମାନେ ଅତିତର ଅତଳଗର୍ଭରୁ ନିଜର ଇତିହାସକୁ ସାଉଁଟି ଆଣି ନିଜର ସ୍ବର୍ଣିମ ଐତିହ୍ୟ ପରମ୍ପରାକୁ ବିଶ୍ବ ଦରବାରରେ ଗର୍ବର ସହ ଉପସ୍ଥାପନ କରନ୍ତୁ ।

Udyog Nursery
Udyogi Nursery
ଉପସ୍ଥାପନା :
ସୁନୀଲ କୁମାର ଧଙ୍ଗଡାମାଝୀ
ସମ୍ପାଦକ ଓଡିଆ ବାର୍ତ୍ତା

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.