୫-ଟି ସଚିବ ଭିକେ ପାଣ୍ଡିୟନଙ୍କ ଅଚାନକ ସୁବର୍ଣ୍ଣପୁର ଗସ୍ତ

ସୋନପୁର,୮/୧୧ : ରାଜ୍ୟ ସରକାରଙ୍କ ୫-ଟି ସଚିବ ଏହି ଜିଲ୍ଲାକୁ ଆସିବେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୀର୍ଘ ୪ ଦିନ ଧରି ଫୁଲ୍ ଟେନସନରେ ରହିଥିଲା, ତାହାର ଅନ୍ତ ଘଟିଛି । ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ହଠାତ  ସୋନପୁର ଗ୍ରସ୍ଥ କରିଛନ୍ତି । ତାଙ୍କ ଆସିବା ସୁଣି ସମସ୍ତ ବିଭାଗର ଅଫିସର ମହଲରେ କାକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ସୋନପୁର ଗସ୍ତ କଥା ହଠାତ ଜଣା ପଡିଥିଲା । ତାଙ୍କ ଗ୍ରସ୍ତରେ ଜିଲା ସ୍ୱାସ୍ଥ୍ୟ ବିଭାଗ ଫୁଲ୍ ଟେନସନରେ ରହିଥିବା ଦେଖାଯାଇଥିଲା । ୫-ଟି ସଚିବ ଏଠାକୁ ଆସିବେ ବୋଲି ଜିଲା ଡାକ୍ତରଖାନା କର୍ତ୍ତୃପକ୍ଷ ଯୁଦ୍ଧକାଲିନ ଭିର୍ତିରେ ପୁରା ରେଡିକରାଯାଇଥିଲା । ଡାକ୍ତରଖାନା ଆଗରେ ଗାଡି ପାର୍କିଂ ଅଞ୍ଚଳରେ ଧଳାଗାର ବି ପକାଇ ଦିଆଗଲା । ଡାକ୍ତରଖାନାର ୱାର୍ଡ ଆଉ ପ୍ରବେଶ ଅଞ୍ଚଳରେ ସୁଗନ୍ଧ ଫିନାଇଲ୍ ପକାଇ ସଫା ବି କରିଦିଆଗଲା । ପୂର୍ବାହ୍ନ ବାରଟା ପୁର୍ବରୁ ସଚିବ ପ୍ରଥମେ ଡାକ୍ତରଖାନାରେ ରେ ପହଚିଂଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପହଚିଂବା ପରେ ସେ ସିଧା ୱାର୍ଡକୁ ଯାଇ ରୋଗିଙ୍କୁ ହାଲଚାଲ ପଚାରି ବୁଝିଥିଲେ । ପରେ ଡାକ୍ତରଖାନା ର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଡାକ୍ତରଖାନା ସଭାଗୃହରେ ଡାକ୍ତରଖାନା ଅଧିକାରି, ଡାକ୍ତର ମାନଙ୍କ ସହ ଏକ ସିକ୍ରେଟ ମିଟିଙ୍ଗ କରିଥିଲେ ଓ ପରେ ଆହାର କେନ୍ଦ୍ରକୁ ଯାଇ ଆହାର ଖାଇଥିଲେ । ପରେ ସିଧା ଫରିଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଆଗାମି ଦିନରେ ଜିଲାରେ ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥାର ସଫଳ କାର୍ଯ୍ୟକାରୀତା କଣ ରହିବ ତାହା ଦେଖିବାକୁ ବାକି ରହିଲା ଓ ଏପରିକି ଜିଲାରେ ଡାକ୍ତରଙ୍କ ଘୋର ଅଭାବ ରହିଥିବା ବେଳେ ସରକାରଙ୍କ ୫-ଟି ଏଠାରେ କାର୍ଯ୍ୟ କରିବ ତ ବୋଲି ସାଧାରଣରେ ଆଲୋଚନା ହେଉଛି ।

Udyog Nursery
Udyogi Nursery
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.