ସଇଁତଲା,୮/୧୧ : ବଲାଙ୍ଗିର ଜିଲ୍ଲା ସଇଁତଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜଗନ୍ନାଥ ସଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସାତ ଦିନ ଧରି ଭଗବତ ଗୀତା ପୂରାଣ ପଠନ ଓ ପ୍ରବଚନ କାର୍ଯ୍ୟକ୍ରମ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ ଶ୍ରୀ ରାଧାକାନ୍ତ ତ୍ରିପାଠୀ, ଧୃବଚରଣ ଯୋଶୀ ଓ ନବଘନ ଷଡ଼ଙ୍ଗୀ ପୂଜାର୍ଚ୍ଚନା କରିଥିବା ବେଳେ ଶ୍ରୀ କାନନ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତି ତନୁଶ୍ରୀ ପଟ୍ଟନାୟକ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ, ବଲାଙ୍ଗୀର ଅଞ୍ଚଳର ସୁନାମଧନ୍ୟ ଗାୟକ ପଣ୍ଡିତ ଶ୍ରୀ ସୁନିଲ ମିଶ୍ର ପୂରାଣ ପଠନ କରି ସମସ୍ତ ଭକ୍ତମାନକୁଂ ଜଗନ୍ନାଥ କଥାମୃତ ବାଣୀ ପ୍ରଚାର ପ୍ରସାର ଦିଗରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଥିଲେ । ଦୀର୍ଘ ସତର ବର୍ଷ ଧରି ଚାଲି ଥିବା ଏହି କାର୍ଯ୍ୟକ୍ରମରେ ରାମକୃଷ୍ଣ ମଠର ବାବା ବାଳକ ଦାସ ମହାରାଜଜୀ ସଭାପତିତ୍ବ କରିଥିଲାବେଳେ ସଇଁତଲା ଗ୍ରାମର ସମସ୍ତ ଭକ୍ତ ସହଯୋଗ କରିଥିଲେ ଓ କମିଟି ପକ୍ଷରୁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା ।