‘କୋଶଳ ପ୍ରବାହ’ର ବିଂଶତମ ଜନ୍ମୋତ୍ସବ ଅନୁଷ୍ଠିତ

ପାଣି ପ୍ରତି ବିଶେଷ ସଚେତନତାର ଆବଶ୍ୟକତା ରହିଛି : ସାଲୁଜା

ବଲାଙ୍ଗିର,୮/୧୧: ପାଣି ପ୍ରତି ବିଶେଷ ସଚେତନତାର ଆବଶ୍ୟକତା ରହିଛି ବୋଲି କୋଶଳ ପ୍ରବାହର ବିଂଶତମ ଜନ୍ମୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମତବ୍ୟକ୍ତ କରିଛନ୍ତି । ଗତକାଲି ସଂଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଶଳ ପ୍ରବାହର ସଂପାଦକ ଆନଂଦ ଚଂଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରଫେସର ଡ. ଶିବପ୍ରସାଦ ନନ୍ଦ ଯୋଗଦାନ କରିଥିଲେ । ଉକ୍ତ ସଭାରେ ‘ପାଣି ଓ ବଲାଙ୍ଗିର’ର ପ୍ରସଙ୍ଗ ରଖାଯାଇଥିଲା । ମୁଖ୍ୟବକ୍ତା ଡ. ନନ୍ଦ ନିଜ ବକ୍ତବ୍ୟରେ ବର୍ତ୍ତମାନର ପାଣି ସମସ୍ୟା ଓ ତାର ସମାଧାନ ଦିଗରେ ବିଶେଷ ଆଲୋଚନା ରଖିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାଲୁଜା ପାଣି ହିଁ ସୃଷ୍ଟିର ଧାରକ ହୋଇଥିବା ବେଳେ ଏଥିପ୍ରତି ମାନବ ସମାଜ ବିଶେଷ ଶୃଙ୍ଖଳା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ବିଂଶତମ ଜନ୍ମୋତ୍ସବ ଅବସରରେ ପ୍ରତିବର୍ଷ ଭଳି ସମାଜ ପ୍ରତି ବିଶେଷ ଅବଦାନ ରହିଥିବା ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଶିଷ୍ଟ କବି, ଐତିହାସିକ, ଅନୁବାଦକ ତଥା ସଂସ୍କୃତି ଗବେଷକ ଶଶାଙ୍କ ଶେଖର ପଣ୍ଡା ଏବଂ କବି ତଥା ଉଚ୍ଚ ଶିକ୍ଷା ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ବିନୋଦ ବିହାରୀ ଜାଲଙ୍କୁ ‘କୋଶଳ ପ୍ରବାହ ସମ୍ମାନ-୨୦୧୯’ ଅତିଥିମାନେ ପ୍ରଦାନ କରିଥିଲେ । କବି ଦିଲୀପ କୁମାର ପଶାୟତଙ୍କୁ ଛନ୍ଦାଚରଣ ସ୍ମୃତି ସମ୍ମାନ, ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ବାଣିଜ୍ୟ ଟପ୍ପର ସୁଶ୍ରୀ ନେନ୍ସୀ ପୁରୋହିତଙ୍କୁ ଶିକ୍ଷା ଗୌରବ ସମ୍ମାନ, ମହାବୀର ମହାବିଦ୍ୟାଳୟକୁ ଉତ୍ତମ +୨ କଳା ମହାବିଦ୍ୟାଳୟ ସମ୍ମାନ, ସେଣ୍ଟ୍ ଜେଭିଅର୍ ପବ୍ଲିକ୍ ସ୍କୁଲକୁ ଉତ୍ତମ ବିଦ୍ୟାଳୟ ସମ୍ମାନ, ରାଜେନ୍ଦ୍ର ଯୁବକ ସଂଘକୁ ସେବା ସମ୍ମାନ ଓ ବଂଶିତା ଜ୍ୱେଲର୍ସକୁ ଉତ୍ତମ ବ୍ୟବସାୟିକ ବନ୍ଧୁ ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମାନପତ୍ର ପଠନ କରିଥିଲେ କବି ସସ୍ମିତା ମହାପାତ୍ର । ଏହି ଉତ୍ସବ ପାଇଁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ସାମ୍ବାଦିକ ଦେବାଶିଷ ମିଶ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଶାସନିକ ଅଧିକାରୀ ଶ୍ୟାମପ୍ରସାଦ ଗୁରୁ ।

Omkar Vasthu
Omkar Vasthu

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup3

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.