ବ୍ରହ୍ମପୁର,୯/୧୧: ଚଳିତ ବର୍ଷ ଡିସେମ୍ବର ମାସରେ ସହରାଞ୍ଚଳରେ ସ୍ଥାୟୀ ରଙ୍ଗମଞ୍ଚ ଏବଂ ବ୍ଲକ ସ୍ତରରେ ଲୋକନାଟ ମଣ୍ଡପ ସ୍ଥାପନ, ସରକାରୀ ନିୟମାନୁସାରେ ୫୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ନିମ୍ନବିତ୍ତିୟ କଳାକାରଙ୍କୁ ଭତ୍ତା ପ୍ରଦାନ, କଳାକାର କଲ୍ୟାଣ ପାଣ୍ଠି ଗଠନ ନିମନ୍ତେ ସରକାରୀ ସହାୟତା ସହ ନିୟମିତ ମାସିକ ଭତ୍ତା ପ୍ରଦାନ ଏବଂ ଭତ୍ତା ରାଶିର ବୃଦ୍ଧି ଇତ୍ୟାଦି ଦାବି ନେଇ ବ୍ରହ୍ମପୁର ସହରରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ସମାବେଶ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଆୟୋଜିତ ଉକ୍ତ ବୈଠରେକ ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ନାଟ୍ୟପ୍ରଦୀପ ମଦନ ମୋହନ ମିଶ୍ର ଏବଂ ନାଟ୍ୟବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରା ଅତିଥି ଭାବରେ ଯୋଗଦେଇଥିଲେ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଦେବା ସହ ବୈଠକର ଆଭିମୁଖ୍ୟ ଅବତାରଣା କରିଥିଲେ । କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୈଠକ ଆଲୋଚନାରେ ସର୍ବଶ୍ରୀ ରମେଶ ଚନ୍ଦ୍ର ସାହୁ, କିଶୋର କପୂର୍, ବଳଦେବ ସାହୁ, ନୀଳମାଧବ ଜେନା, କୁନୁ ବେହେରା, ଲକ୍ଷ୍ମୀ ନାରାୟଣ ସାମଲ, ବୃନ୍ଦାବନ ସାହୁ, ମାଗି ମହାରଣା, ଟି. ତାରିଣୀ ରାଓ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,ଶ୍ରୀମତୀ ଜୟନ୍ତୀ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ସୂର୍ଯ୍ୟନାରାୟଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।