ମର୍ମନ୍ତୁଦ ସଡକ ଦୂର୍ଘଟଣା, ବାଇକ ଆରୋହୀ ଯୁବକ ମୃତ

ଧର୍ମଗଡ,୯/୧୧ : କଳାହାଣ୍ଡି ଜିଲ୍ଲ ଗୋଲାମୁଣ୍ଡା – ଧର୍ମଗଡ଼ ମୁଖ୍ୟ ରାସ୍ତାର ଖଳିଆକାନୀ ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଧର୍ମଗଡ଼ ଥାନା ସନ୍ଧିକୁଲିହରି ଗ୍ରାମର ମଳୟ ନାଏକ (୩୦) । ପ୍ରାପ୍ତ ସୂଚନା ଅନୁସାରେ ସେ ବାଇକ୍ ଯୋଗେ ଗୋଲାମୁଣ୍ଡାରୁ ନିଜ ଗାଁକୁ ଆସୁଥିବା ସମୟରେ ଖଳିଆକନି ଠାରେ ବାଇକ୍ ର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ଧକ୍କା ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଗଡ଼ ଡାକ୍ତରଖାନାକୁ ଅଣା ଯାଇଥିଲା, ସେତେ ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ୍ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.