ଲାଞ୍ଜିଗଡ : ଏଟିଏମ୍ ରେ ତାଲା, ପିଓଏସ ମାଧ୍ୟମରେ ଗ୍ରାହକଙ୍କୁ ଲୁଟି ଚାଲିଛନ୍ତି ଅସାଧୁ ବ୍ୟବସାୟୀ

ଲାଞ୍ଜିଗଡ଼,୧୦/୧୧ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ଅଧିକାଂଶ ସମୟରେ ବନ୍ଦ ରହୁଥିବା ଯୋଗୁଁ ଗ୍ରାହକ ଅସନ୍ତୋଷ ବଢିବାରେ ଲାଗିଛି । ଏପଟେ ଏହାର ଭରପୁର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଏଟିଏମ ବନ୍ଦ ଯୋଗୁଁ ଲୋକେ ପଇସା ଉଠାଇନପାରି ବାଧ୍ୟହୋଇ ଦୋକାନ ମାନଙ୍କର ପିଓଏସ ମେସିନର ସାହାର ନେଉଛନ୍ତି । ଦୋକାନୀ ମାନେ ହଜାର ଟଙ୍କା ପିଛା ୫୦ ଟଙ୍କା କମିସନୀ ନେଉଥିବା ବ୍ୟାଙ୍କ ଗ୍ରାହକ ମାନେ ପ୍ରକାଶ କରିଛନ୍ତି । ଲାଞ୍ଜିଗଡ଼ରେ ତିନି ଗୋଟି ଏଟିଏମ୍ ଅଛି, ସେଥି ମଧ୍ୟରୁ ଦୁଇଟି ଏଟିଏମ୍ ଅଧିକାଂଶ ସମୟରେ ବନ୍ଦ ରାହୁଥିବା ବେଳେ ଲାଞ୍ଜିଗଡ଼ ଏଟିଏମ୍ ଉପରେ ବ୍ଲକର ତ୍ରିଲୋଚନ ପୁର, ବିଜେପୁର, ମାଳିଯୁବାଙ୍ଗ, ପାହାଡ଼ ପଦର, ବେନଙ୍ଗା,ବେଡଡାଗାଁ, କୁମଖାଲ, ଲାକବାହିଲି, ଜଗନ୍ନାଥ ପୁର, ବସନ୍ତ ପଡା, ବାତେଲ ଲିମା, ଛତ୍ରପୁର, ଚମ୍ପାଦେଇ ପୁର,ଲାଞ୍ଜିଗଡ଼ ଆଦି ୧୪ଟି ପଞ୍ଚାୟତର ବ୍ୟାଙ୍କ ଗ୍ରାହକ ମାନେ ନିର୍ଭର କରିଥାନ୍ତି। ସବୁଠାରୁ ଦୁଃଖର ବିଷୟ ମାସର ଦ୍ୱିତୀୟ ଶନିବାର ବ୍ୟାଙ୍କ ଛୁଟି ଯୋଗୁଁ ଲୋକେ ଲାଞ୍ଜିଗଡ଼ ଏଟିଏମ୍ ଉପରେ ଭରଷା କରିଥାନ୍ତି। କିନ୍ତୁ ଖାସ ସେହିଦିନ ହିଁ ଲାଞ୍ଜିଗଡ଼ ଏଟିଏମରେ ପଇସା ନାହିଁ କହି ତାଲା ପଡିଥାଏ। ଶନିବାର ଲାଞ୍ଜିଗଡ଼ର ସାପ୍ତାହିକ ବଜାର ଯୋଗୁଁ ଲୋକେ ବାଧ୍ୟ ହୋଇ ଦୋକାନି ପାଖକୁ ଯାଇଥାନ୍ତି। ଏହାର ସୂଯୋଗ ନେଇ ପିଓଏସ ମେସିନ ମାଧ୍ୟମରେ ଦୋକାନି ହଜାର ହଜାର ଟଙ୍କା ଗ୍ରାହକ ଠାରୁ ଲୁଟି ନେଇଥାଏ। ଏଦିଗରେ ବ୍ୟାଙ୍କ କତୃପକ୍ଷ ଦୃଷ୍ଟିଦେଇ ବିହିତ ପଦକ୍ଷେପ ଗ୍ରହଣ କରି ସବୁଦିନେ ଏଟିଏମ ଖୋଳା ରଖିଲେ ଗ୍ରାହକ ମାନେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

——————————————————

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.