କର୍ଲାମୁଣ୍ଡା,୧୦/୧୧ : ନିଜ ଉତ୍ପାଦିତ ଧାନକୁ ଦଲାଲ ହାତରେ ଟେକି ଦେଉଚି ଚାଷୀ । ମଣ୍ଡି ଖୋଲି ନଥିବାରୁ ଏହାର ଭରପୁର ଫାଇଦା ମାରିଛନ୍ତି ଦଲାଲା । କେଉଁଠି ହଜାରେ ତ କେଉଠି ୧୧ଶହ ଟଙ୍କା କ୍ବୁଣ୍ଟାଲରେ ଦଲାଲ କିଣୁଛନ୍ତି ଧାନ । ଏବର୍ଷ ଅନେକ ପ୍ରତିକୂଳ ପରିସ୍ଥିତିରେ ଯାହାବି ଉତ୍ପାଦିତ ହେଉଛି ସବୁ ଦଲାଲ ହାତକୁ ଯାଉଛି । ପରିବାର ଆବଶ୍ୟକତା, ରୋଗ ବଇରାଗ ଓ ପର୍ବପର୍ବାଣି ପାଇଁ ବାଦ୍ଧ୍ୟ ହୋଇ ଧାନ ବିକୁଛି ଚାଷୀ।
କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୧ ତାରିଖରୁ ଖରିଫ ଧାନ ସଂଗ୍ରହ ଲାଗି ସରକାର ଘୋଷଣା କରିଥିଲେ ମଧ୍ଯ ଏ ଜାଏଁ ହୋଇ ପାରିନାହିଁ ମଣ୍ଡି ଖୋଲା । ସେପଟେ ଖରିଫ୍ ଧାନ ସଂଗ୍ରହ ଲାଗି ପ୍ଯାକ୍ସ ପ୍ରସ୍ତୁତ ଅଛି ବୋଳି କହୁଛନ୍ତି ବିଭାଗିୟ ଯୋଗାଣ ଅଧିକାରୀ । ଆଗକୁ ପ୍ରଶାସନ ଏଥିପ୍ରତି କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।