ଲାଞ୍ଜିଗଡ଼,୧୧/୧୧ : ଜନସାଧାରଣଙ୍କୁ ସ୍ବଚ୍ଛତାର ବାର୍ତ୍ତା ପ୍ରଦାନ କରିବାସହ ନିଜର ପାରିପାର୍ଶ୍ବିକ ଅଞ୍ଚଳକୁ ସଫା ସୁତୁରା କରିବାରେ ଲାଗି ପଡିଛନ୍ତି
ଲାଞ୍ଜିଗଡ଼ ସ୍ଥିତ ବଡ ପଡ଼ା ବାପୁଜୀ ଯୁବ ସାଂସ୍କୃତିକ ଅନୁଷ୍ଠାନ କର୍ମକର୍ତ୍ତା ଓ ସଦସ୍ୟବୃନ୍ଦ । ଆରମ୍ଭ ହୋଇଛି ସ୍ଵଛ ଭାରତ କାର୍ଯ୍ୟକ୍ରମ । ଅନୁଷ୍ଠାନର ସଭାପତି ଗିରିଧାରୀ ନାଏକଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ମହାଦେବ ପଡ଼ା, ଶିବ ମନ୍ଦିରର ଚାରିପାଶ୍ୱ, ଆଖ ପାଖ ସମସ୍ତ ନଳକୂପ, ଅଙ୍ଗନବାଡି କେନ୍ଦ୍ର, ଲାଞ୍ଜିଗଡ଼ ମହାଦେବ ପଡ଼ା ଠାରୁ ବଡ ପଡ଼ା ପଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବ ସଫେଇ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଉପ ସଭାପତି ପ୍ରକାଶ ତାଣ୍ଡି, ସଂପାଦକ ଚନ୍ଦ୍ରଧ୍ୱଜ ତାଣ୍ଡି, ସହ ସଂପାଦକ ଶିମାଞ୍ଚଳ ନାଏକ, କୋଷାଧ୍ୟକ୍ଷ ବସନ୍ତ ନାଏକ, ଦାସରଥୀ ତାଣ୍ଡି, ଶ୍ରୀବଚ୍ଛ ତାଣ୍ଡି, ସତ୍ୟବାନ କୁମାର, ପରମାନନ୍ଦ ନାଏକ, ବିଜୟ ନାଏକ, ରାଜେଶ ନାଏକ ଓ ବାପୁଜୀ ଯୁବ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।