ବିଶ୍ୱ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଛି ଦେବଗିରି ମାଟି

କୁମାରସ୍ୱାମୀ ମହୋତ୍ସବ ଉଦଯାପିତ

କଳାହାଣ୍ଡି,୧୫/୧୧ : ବ୍ୟକ୍ତିସ୍ବାର୍ଥ ବଦଳରେ ବିଶ୍ୱ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଛି ଦେବଗିରି ମାଟି, କଳାହାଣ୍ଡି ମାଟି । ଏହି ଆଟବିକ ମହାକାନ୍ତାରର ମଣିଷ ତାହାର ସାହିତ୍ୟ, ସଂସ୍କୃତି, ପରମ୍ପରା, ଧର୍ମାଚାର, ଅନୁଷ୍ଠାନ ମାଧ୍ୟମରେ ସମଗ୍ର ବିଶ୍ୱର ମାନବ ସମାଜ ପାଇଁ ଯେଉଁ ବିଶ୍ୱଦୃଷ୍ଟି ପ୍ରଦାନ କରିଛି, ତାହା ଅନନ୍ୟ ବୋଲି ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବର ଉଦଯାପନୀ ସମାରୋହରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମରେ ଆୟୋଜିତ ଉକ୍ତ ସମାରୋହରେ ଭବାନୀପାଟଣା ଦୂରଦର୍ଶନ କେନ୍ଦ୍ରର ଉପ-ନିର୍ଦ୍ଦେଶକ (ଯାନ୍ତ୍ରିକ) ସୈକତ ବିହାରୀ ବହିଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶିଷ୍ଟ ଲେଖିକା ତଥା ସମାଜସେବୀ ଡକ୍ଟର ପଲ୍ଲୀଶ୍ରୀ ପଟ୍ଟନାୟକ ମୁଖ୍ୟ ବକ୍ତା ଓ ନର୍ଲା ବିଧାୟକଙ୍କ ପ୍ରତିନିଧି ସୁଧୀର ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ । ନର୍ଲା ସରପଂଚ ସଂଘ ସଭାପତି ଚିରଞ୍ଜିବୀ ଗୌଡ଼ିଆ, ରାକ୍ସି ସରପଂଚ ଚନ୍ଦ୍ରମା ଧଙ୍ଗଡ଼ାମାଝୀ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ, ନର୍ଲା ଆଇଆଇସି ସଞ୍ଜୟ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ ।

ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀଙ୍କ ପୌରୋହିତ୍ୟରେ ଆୟୋଜିତ ସମାରୋହରେ ଯୁଗ୍ମ ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଂଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ । ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ କୁନି ପ୍ରତିଭା ଶ୍ରାବଣୀ ଭୋଇଙ୍କ ଦ୍ୱାରା ନୃତ୍ୟ ପରିବେଷିତ ହୋଇଥିଲା ।

ଏହି ଅବସରରେ ବିଶିଷ୍ଟ କବି ମନୋଜ ମେହେରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ, ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ତଥା ଲୋକସଂସ୍କୃତି ଗବେଷକ ପରମେଶ୍ୱର ମୁଣ୍ଡଙ୍କୁ ଦେବଗିରି ନାଟ୍ୟ ସମ୍ମାନ, ‘ସମ୍ବାଦ’ର ସୁନ୍ଦରଗଡ଼ ପ୍ରତିନିଧି ଡମ୍ବରୁଧର ନାୟକଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ,

ଯୁବ ସମାଜସେବୀ ସୁଶ୍ରୀ ଫୁଲ୍ମେ ମାଝୀଙ୍କୁ ଦେବଗିରି ସମାଜସେବା ସମ୍ମାନ, ଯୁବ ଚିତ୍ରଶିଳ୍ପୀ ସରୋଜ ବିଶିଙ୍କୁ ଦେବଗିରି ଶିଳ୍ପୀ ସମ୍ମାନ, ସଫଳ ଚାଷୀ ଭଗବାନ ଶିଖାଙ୍କୁ ଦେବଗିରି କୃଷି ସମ୍ମାନ ଓ ସେବାନିବୃତ୍ତ ସୈନିକ ସମିଉଲ୍ଲା ଖାଁଙ୍କୁ ଦେବଗିରି ଦେଶସେବା ସମ୍ମାନ ପ୍ରଦାନ କରାଯାଇଥିଲା ।

ସେହିପରି ଯୁବ ପର୍ବତାରୋହୀ ଇପ୍ସାମୟୀ ଦୁବେ ଓ ଲିପ୍ସାମୟୀ ଦୁବେ, ଯୁବ ସାମ୍ବାଦିକ ରାଜକୁମାର ସିଂଦେଓ, କୁନି କ୍ରୀଡ଼ାବିତ୍ ଦୁଶିଳା ଗଉଡ଼ ଓ ନିବେଦିତା ପଧାନ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମ୍ବର୍ଦ୍ଧନାପତ୍ର ପାଠ କରିଥିଲେ ଯୁବଲେଖକ ଡିଲେଶ୍ୱର ରଣା ଓ ସ୍ୱାଧୀନ କୁମାର ଭୋଇ । ପରେପରେ କୃଷ୍ଣପ୍ରିୟା କଳା ପରିଷଦ, ତୁଷରାର ଘୁଡ଼କା ନୃତ୍ୟ ସହ କଳାହାଣ୍ଡି ଓ ଆଖପାଖ ଜିଲ୍ଲାରୁ ଆସିଥିବା କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ ।

ନୃତ୍ୟ ଆସରକୁ ସୁଧୀର ନାଏକ ସଂଯୋଜନା କରିଥିବା ବେଳେ ସହଯୋଗ କରିଥିଲେ ଓମ୍ ପ୍ରକାଶ ମାଝୀ । ସମୀକ୍ଷକ ଭାବେ ଯୋଗଦେଇଥିଲେ କଳାକାର ଶରତ କୁମାର ଭୋଇ, ଗଗନ ପଧାନ ଓ ଅଜୟ ଆଚାର୍ଯ୍ୟ । ଅନୁଷ୍ଠାନର କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ, ସାଂସ୍କୃତିକ ସଂପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ, ଉପସଭାପତି ନେତ୍ରାନନ୍ଦ ବାରିକ, ମକରଧ୍ବଜ ବେହେରା ଓ ସଦସ୍ୟସଦସ୍ୟାମାନେ ସମଗ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.