କାର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ମାଓ ସାମଗ୍ରୀ ଜବତ ସହ ଟିଫିନ ବୋମାକୁ କରାଗଲା ନିଷ୍କ୍ରିୟ

ରାୟଗଡ,୧୫/୧୧ : ରାୟଗଡା ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ ସଫଳତା । ମାଓ ପ୍ରବଣ ରାୟଗଡା ଜିଲ୍ଲାର ଅମ୍ବାଦଳା ଥାନା ଅନ୍ତର୍ଗତ ତଥା କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା କାର୍କାମାର୍କା ଜଙ୍ଗଲରେ ଏକ ମାଓ କ୍ୟାମ୍ପକୁ ଠାବ କରିଛି ରାୟଗଡା ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସର ଏସଓଜି ଓ ଡିଭିଏଫ ଟିମ ଏହି ଜଙ୍ଗଲରେ କୁମ୍ଭିଂ ଅପରେସନ କରି ଏକ ମାଓ କ୍ୟାମ୍ପକୁ ଠାବ କରିଥିବା ବେଳେ କ୍ୟାମ୍ପରେ ରହୁଥିବା ମାଓବାଦୀମାନେ ପୋଲିସ ଟିମର ଗତିବିଧି ଜାଣିବାକୁ ପାଇ ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ସେଠାରୁ ଖସି ଯିବାରେ ସଫଳ ହୋଇଥିଲେ। ପୋଲିସ ଟିମ କ୍ୟାମ୍ପ ପାଖରେ ପହଞ୍ଚିବା ପରେ ସେଠାରୁ ୨କେ.ଜି.ଓଜନର ଏକ ଟିଫିନ ବୋମା ସମେତ ବହୁ ମାଓ ସାମଗ୍ରୀ ଯଥା ପାଣି ବୋତଲ, ମାଓ ପୋଷାକ, ପଲିଥିନ, ପ୍ଲାଷ୍ଟିକ ଜାରକିନ, ଜୋତା, ବ୍ୟାଗ, ବାସନକୁସନ ଆଦି ଜବତ କରିଛି। ତେବେ ଘଟଣା ସ୍ଥଳରେ ଉଦ୍ଧାର ହୋଇଥିବା ଟିଫିନ ବୋମାକୁ ନିଷ୍କ୍ରିୟ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ଉକ୍ତ ଅଞ୍ଚଳରେ ଏହି ମାଓ କ୍ୟାମ୍ପ ଗତକିଛି ଦିନ ହେବ ଚାଲିଥିବା ବେଳେ ଚଢ଼ାଉ ବେଳେ ଜବତ ନିତ୍ୟ ସାମଗ୍ରୀକୁ ଦୃଷ୍ଟିରେ ରଖି ଏଠାରେ ୧୦ରୁ ୧୫ଜଣ କ୍ୟାଡର ମାଓବାଦୀମାନେ ରହିଥିବା ଅନୁମାନ କରାଯାଉଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.ସର୍ବଣା ବିବେକ ଏମ. ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ଏହି ମାଓ କ୍ୟାମ୍ପ କେଉଁ ମାଓ ସଂଗଠନ ଏବଂ ଏହା କାହା ନେତୃତ୍ୱରେ ଚାଲିଥିଲା ତାହା ତଦନ୍ତ ପରେ ଜଣାପଡିବ ଏବଂ ଉକ୍ତ ଅଞ୍ଚଳରେ କୁମ୍ଭିଂ ଅପରେସନକୁ ଜୋରଦାର କରାଯାଇଥିବା ମଧ୍ୟ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.