ଲାନ୍ଥ ନଦୀ ବ୍ରିଜ ନୀର୍ମାଣରେ ବିଲମ୍ବ : ରାଜ ରାସ୍ତା ଅବରୋଧ କଲେ ଅସନ୍ତୋଷ ଜନତା

ସଇଁତଲା,୧୫/୧୧ : ବଲାଙ୍ଗିର ଜିଲ୍ଲା ସଇଁତଲା ଅଞ୍ଚଳରେ ନିର୍ମାଣ ହେଉଥିବା ବାଦୀ ପଡ଼ା ଲାନ୍ଥ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ ହେଉଥିବାରୁ ଜନ ଅସନ୍ତୋଷ ତିବ୍ର ରୂପ ଧାରଣ କରିଛି । ୨୦୧୬ ମସିହାରୁ ନିର୍ମିତ ହେଉଥିବା ବ୍ରିଜ ଆଜି ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇପାରିନାହିଁ, ଫଳରେ ପାଞ୍ଚଟି ପଞ୍ଚାୟତର ଜନସାଧାରଣ ଓ ଛାତ୍ରଛାତ୍ରୀ ଓ ଯାତାୟାତ କରୁଥିବା ଲୋକ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେଣୁ ଆଜି ଲାନ୍ଥ ନଦୀ କ୍ରିୟାନୁଷ୍ଠାନ କମିଟି ଓ ଜନସାଧାରଣ ମିଶି ସଇଁତଲା ଡ଼ାକ ବଙ୍ଗଳା ସମ୍ମୁଖରେ ରାଜ ରାସ୍ତା ଅବରୋଧ କରିଥିଲେ ଫଳରେ ବହୁ ଯାନବାହାନ ଚଳା ଚଳ ବନ୍ଦ ରହିଥିଲା, ଉକ୍ତ ଆନ୍ଦୋଳନରେ ପୂର୍ବତନ ଜଙ୍ଗଲ ମନ୍ତ୍ରି ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂ ଭୋଇ ଓ ଜିଲ୍ଲା ଉପାଧ୍ୟକ୍ଷ ଶ୍ରୀ ପାଣ୍ଡବ ସାହୁ, ସଇନ୍ତଳା ବ୍ଳକ ଉପ ଉପାଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ଭୋଇ, ସଇନ୍ତଳା ସରପଞ୍ଚ ଶ୍ରୀ ଭିମସେନ ସ୍ବାଇଁ ଓ ପାଞ୍ଚଟି ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ ମଧ୍ୟ ଆନ୍ଦୋଳନକୁ ସମ୍ପୁର୍ଣ୍ଣ ମାତ୍ରାରେ ସହଯୋଗ କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ପରେ ପରେ ଉପ ଜିଲ୍ଲାପାଳ ସୁଧାକର ନାଏକ ଓ ଏସଡିଓ  ତପନ କୁମାର ବେହେରା ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ହୋଇ ବର୍ଷା ମାସ ପହିଲାରୁ ବ୍ରିଜ ନିର୍ମାଣ ସମ୍ପୁର୍ଣ୍ଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଯଦି ବର୍ଷା ଆଗରୁ ବ୍ରିଜ ନିର୍ମାଣ ସମ୍ପୁର୍ଣ୍ଣ ନହୁଏ ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.