ବଲାଙ୍ଗୀର ଠାରେ ବିଜୁ ଯୁବ ବାହିନୀ ଯୁବ ସମାବେଶ

ବଲାଙ୍ଗୀର,୧୬/୧୨:

Omkar Vasthu
Omkar Vasthu

ବଲାଙ୍ଗୀର ଜିଲ୍ଲାର ସମସ୍ତ ବିଜୁ ଯୁବ ବାହିନୀ ମାନଙ୍କୁ ନେଇ ଯୁବ ସେବା ଓ କ୍ରିଡା ବିଭାଗ ଓଡିଶା ଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ କୋଶଳ କଳା ମଣ୍ଡପ ବଲାଙ୍ଗୀର ଠାରେ ବିଜୁ ଯୁବ ବାହିନୀ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ମହମ୍ମଦ ଆୟୁବ ଖାଁ , ରାଜ୍ୟ କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ସ୍ବାଧୀନ ରାଷ୍ଟ୍ରୀୟ କ୍ରୀଡା ପଦକ ବିଜେତା ମୁଷ୍ଠିଯୋଦ୍ଧା ତରଞ୍ଜିତ ସିଂ, ବିଜୁ ଯୁବ ବାହିନୀ ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ଝାଙ୍କର, ଆର୍ତତ୍ରାଣ ପାଢୀ ଯୋଗଦାନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ, ସଇନ୍ତଲା, ପୁଇଁତଳା, ଗୁଡଭେଲା, ମୋଚିବାହାଲ, ଖପ୍ରାଖୋଳ, ବଙ୍ଗୋମୁଣ୍ଡା, ମୁରିବାହାଲ, ପାଟଣାଗଡ, ଲୋଇସିଙ୍ଗା, ଆଗଲପୁର, ଦେଓଗାଁ, ବେଲପଡା, କଣ୍ଟାବାଞ୍ଜି, ତୁରେକେଲା, ବଲାଙ୍ଗୀର ପ୍ରମୁଖ ବ୍ଲକ ମାନଙ୍କର ବିଜୁ ଯୁବ ବାହିନୀ ସଦସ୍ୟ ମାନେ ଯୋଗଦାନ କରିଥିବା ବେଳେ ମାନଭଞ୍ଜନ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ବ୍ଲକ ମାନଙ୍କରୁ ତିନୋଟି ଲେଖାଏଁ “ମୁଁ ହିରୋ” ଓ ତିନୋଟି ଲେଖାଏଁ ଗ୍ରାମ ପଞ୍ଚାୟତ ମାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Udyog Nursery
Udyogi Nursery

ବଲାଙ୍ଗୀରରୁ ଦେବେନ୍ଦ୍ର କୁମାର ଯୋଶୀଙ୍କ ରିପୋର୍ଟ odiabarta.in

http://For latest news updates  Please subscribe to notifications by clicking on the bell button.  Like us on facebook  http://www.facebook.com/odiabarta/ Subscribe us on youtube  https://m.youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.