‘ଭଲ କବିତାର ଖୋଜ୍’ ପକ୍ଷରୁ ଆରମ୍ଭ ହେଲା ଘରୋଇ କାବ୍ୟଚର୍ଚ୍ଚା

ବାରିପଦାର ୩ କବିଙ୍କ ସହ ହେଲା ମୁଲାକାତ୍ ଓ ପ୍ରଶ୍ନୋତ୍ତରୀ

● ପ୍ରଥମ ଦଫାରେ କବି ଲିପିକା ଦାସ, ଅସୀମା ସାହୁ ଓ ସ୍ନେହାଶିଷ ମହାନ୍ତିଙ୍କୁ ଭେଟିଲେ ବିକେକେ ଟିମ୍
● ଆଗକୁ ନୀଳଗିରି, ଭଦ୍ରକ ଓ ଅନୁଗୋଳ ସହରକୁ ଯିବ ଏହି ଟିମ୍

ବାଲେଶ୍ଵର,୧/୧୨(କୃଷ୍ଣ କୁମାର ମହାନ୍ତି): ସବୁବେଳେ ସାହିତ୍ୟକୁ ନେଇ ନୂଆ ନୂଆ କାର୍ଯ୍ୟକ୍ରମ କରୁଥିବା ବାଲେଶ୍ଵରର ସାହିତ୍ୟ ମଞ୍ଚ ‘ଭଲ କବିତାର ଖୋଜ୍’ ଏଥର ଆଉ ପାଦେ ଆଗେଇଛି। ଭିନ୍ନ ଭିନ୍ନ ସହରର କବି ଓ ଲେଖକଙ୍କୁ ଚୟନିତ କରି ସେମାନଙ୍କୁ ସେମାନଙ୍କ ଘରେ ପୃଥକ ପୃଥକ ମୁଲାକାତ୍ କରିବେ। ‘ଘରୋଇ କାବ୍ୟଚର୍ଚ୍ଚା’ ନାମରେ ନାମିତ ଏପରି ଏକ ଅଭିନବ ମୁଲାକାତ୍ ଓ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଆଜି ଶୁଭାରମ୍ଭ ହୋଇଛି। ପ୍ରଥମ ଦଫାରେ ‘ଭଲ କବିତାର ଖୋଜ୍’ ବା ବିକେକେ ଟିମ୍ ବାରିପଦା ସହରରେ ଦିନ ୧୧ଟା ସମୟରେ ପହଞ୍ଚି କବି ଲିପିକା ଦାସ, ଅସୀମା ସାହୁ ଓ ସ୍ନେହାଶିଷ ମହାନ୍ତିଙ୍କ ସହିତ ଏ କାର୍ଯ୍ୟକ୍ରମକୁ ଅନୁବନ୍ଧିତ କରିଥିଲେ। କବିଙ୍କ ସମ୍ମତି ଓ ଆଗ୍ରହ ଅନୁସାରେ ଏ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ ହୋଇଥିଲା।

Omkar Vasthu
Omkar Vasthu

ପ୍ରଥମେ ଦିନ ୧୧.୩୦ ରୁ ୧୨.୩୦ ପର୍ଯ୍ୟନ୍ତ ବିକେକେ ଟିମ୍ ପକ୍ଷରୁ କବି ଉତ୍ପଳ ମହାନ୍ତି, କବି ରଞ୍ଜନ ବାଗ୍, କବି କୃଷ୍ଣ କୁମାର ମହାନ୍ତି ଏବଂ ଯାଞ୍ଚ୍ ଅଧିକାରୀ ସାବର୍ଣ୍ଣି ଟୁଟୁରାମ ଭୋଇ ପ୍ରମୁଖ ବାରିପଦାର ପ୍ରଫୁଲ୍ଲ ନଗର ଅଞ୍ଚଳରେ ରହୁଥିବା କବି ଲିପିକା ଦାସଙ୍କ ବାସଭବନରେ ପହଞ୍ଚି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ପରେ ପରେ ଦିବା ୧.୨୦ ରୁ ୨.୩୦ ପର୍ଯ୍ୟନ୍ତ ତକତପୁର ଅଞ୍ଚଳରେ ରହୁଥିବା ଜଣେ ଉଦୀୟମାନ ଷ୍ଟୁଡେଣ୍ଟ୍ କବି ସ୍ନେହାଶିଷ ମହାନ୍ତିଙ୍କୁ ଟିମ୍ ସଦସ୍ୟମାନେ ଭେଟିଥିବା ବେଳେ ଶେଷରେ ଅପରାହ୍ନ ୪ଟା ରୁ ୫ଟା ପର୍ଯ୍ୟନ୍ତ ବାରିପଦା ଜଗନ୍ନାଥ ମନ୍ଦିର ଅଞ୍ଚଳରେ ରହୁଥିବା କବି ଅସୀମା ସାହୁଙ୍କୁ ତାଙ୍କ ବାସଭବନରେ ଭେଟି ମୁଲାକାତ୍ କାର୍ଯ୍ୟକ୍ରମକୁ ଉଦଯାପିତ କରାଯାଇଥିଲା।

Udyog Nursery
Udyogi Nursery

ଏହି ମୁଲାକାତ୍ ଓ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ କବି ତିନିଜଣ ସେମାନଙ୍କ ପସନ୍ଦର ଦୁଇ ତିନୋଟି କବିତା ପଢିବା ପରେ ଟିମ୍ ର ତିନିଜଣିଆ ସଦସ୍ୟ କବିଙ୍କ ପଠିତ କବିତା ଓ କାବ୍ୟଜୀବନକୁ ବିଭିନ୍ନ ପ୍ରଶ୍ନ କରିଥିଲେ। ସମସ୍ତ କବି ଅଲଗା ଅଲଗା ଉତ୍ତର ରଖିଥିବା ବେଳେ କବିତା ସପକ୍ଷରେ ବେଶ୍ ସନ୍ତୋଷଜନକ ମନ୍ତବ୍ୟ ଓ ଯୁକ୍ତି ଉପସ୍ଥାପନ କରିଥିଲେ। କାହାପାଇଁ କବିତା ଏକ ସ୍ଵତଃସ୍ଫୂର୍ତ୍ତ ପ୍ରବାହ ତ କିଏ ଯୁକ୍ତି କି ନିଯୁକ୍ତିରେ କବିତା ଲେଖିନପାରିବା କଥା ସ୍ଵୀକାର କରିଥିଲେ। ସବଠୁ ଚମକେଇ ଦେବା ଭଳି ଉତ୍ତର ଦେଇ କବି ଓ ବି.ଏଡ୍ ଷ୍ଟୁଡେଣ୍ଟ୍ ସ୍ନେହାଶିଷ କହିଲେ ଯେ, ମୁଁ କବିତା ଲେଖେ କେମିତି ଜାଣେନା। ଲେଖିସାରି ପଢି ମୁଁ ନିଜେ ଆଶ୍ଚର୍ଯ୍ୟ ହୁଏ, ଏ କବିତା ଲେଖିଛି ! ସେମିତି ମୁଁ ବେଶି ପଢେନି ବି। ପତ୍ରପତ୍ରିକା କିଣେ, କିନ୍ତୁ ପଢେନା। କବିତା କେମିତି ଆସୁଛି ଜାଣେନା।

କାର୍ଯ୍ୟକ୍ରମ ସମ୍ପର୍କରେ ମତ ଦେଇ କବିମାନେ କହିଛନ୍ତି ଯେ, ଆମକୁ ଖୋଜି, ଆମ ଘରକୁ ଆସି ଆମର କବିତା ଶୁଣିବା ଓ କାବ୍ୟାଲୋଚନା କରିବା କଥାଟି ଅତ୍ୟନ୍ତ ଉତ୍ସାହପ୍ରଦ। ଏଥିପାଇଁ ‘ଭଲ କବିତାର ଖୋଜ୍’ର ପୁରା ଟିମ୍ କୁ ଯେତେ ସାଧୁବାଦ ଦେଲେ ମଧ୍ୟ କମ୍ ହେବ।

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.