କାଉଡୋଲାରେ ୩୬ତମ ମହାଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଜୋରଦାର

୧୧ ତାରିଖରୁ ଆରମ୍ଭ ହେବ କାର୍ଯ୍ୟକ୍ରମ, ନାମ ସଂକିର୍ତ୍ତନ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଂପନ୍ନ ହେବ ମହାଲକ୍ଷ୍ମୀ ପୂଜା

କୋକସରା,୭/୧୨ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲାଠାରେ ହେବାକୁଥିବା ମହାଲକ୍ଷ୍ମୀଙ୍କ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଳିଛି । ମା’ଙ୍କ ପୂଜା ପାଇଁ ପୂଜା କମିଟି ପକ୍ଷରୁ ପୂଜା କାର୍ଯ୍ୟକ୍ରମକୁ ସୁପରିଚାଲନା ପାଇଁ କମିଟିର ସଦସ୍ୟ ମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ମା’ ଲକ୍ଷ୍ମୀଙ୍କ ପୂଜା ୩୬ ବର୍ଷ ପୂର୍ତ୍ତି ଅବସରରେ ଧୁମ ଧାମରେ ପୂଜାକୁ ପାଳନ କରିବା ସହ ଶାନ୍ତି ଶୃଙ୍ଖଳା ନିମନ୍ତେ କମିଟି ପକ୍ଷରୁ ବ୍ୟପକ ବ୍ୟବସ୍ଥା ପାଇଁ ସ୍ଥିର କରାଯାଇଛି । ଆସନ୍ତା ୧୧/୧୨ ବୁଧବାର ଦିନ କଳସ ଯାତ୍ରା, ଗୁରୁବାର ଦିନ ମହାଲକ୍ଷ୍ମୀ ପୁରାଣ ପଠନ ଓ ଷୋହଳ ପ୍ରହର ନାମଯଜ୍ଞ ଅଧିବାସ ଓ ଶୁକ୍ରବାର ମହାମନ୍ତ୍ର ନାମ ଆରମ୍ଭ ଥିବାବେଳେ ରବିବାର ନାମ ସମାପନ, ନଗର ପରିକ୍ରମା, ଦଧିହାଣ୍ଡି ଭଗ୍ନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହଛିି ।

ଏହି ଅବସରରେ ହେବାକୁଥିବା ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞରେ ଜିଲ୍ଲା ତଥା ପଡୋସୀ ଜିଲ୍ଲା ବଲାଙ୍ଗିରରୁ ବହୁ ସଂକିର୍ତ୍ତନ ମଣ୍ଡଳୀ ଯୋଗଦେବା ନେଇ ମହାଲକ୍ଷ୍ମୀ ପୂଜା କମିଟି, କାଉଡୋଲା ପକ୍ଷରୁ ସୁଚନା ଦିଆଯାଇଛି । ପୁଜା କମିଟିର ସଭାପତି ଭାବରେ ସୁଶାନ୍ତ ସାହୁ, ସଂପାଦକ ଗୀରିଧାରୀ ସରାବୁ, ଉପ-ସଭାପତି ସୀମାନ୍ତ ପୁଝାରୀ, କୋଷାଧ୍ୟକ୍ଷ ସୁରତ ସରାବୁ ପ୍ରମୂଖ ଦାୟୀତ୍ୱ ନେଇଛନ୍ତି । ମୃତ୍ତି କାରୀଗର ଗଜିନ୍ଦ୍ର ମାଝୀ ଓ ଅଭିଶେକ ମାଝୀ ମାଁ ଲକ୍ଷ୍ମିଙ୍କ ମୃତ୍ତି ସୁନ୍ଦର ଭାବରେ ଗଢୁଛନ୍ତି ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.