ମରଣଯନ୍ତା ପାଲଟିଛି ଆନନ୍ଦପୁର ପ୍ରଧାନମନ୍ତ୍ରୀ ରାସ୍ତା

ନିମ୍ନମାନର କାର୍ଯ୍ୟ ଅଭିଯୋଗ, ବିଭାଗିୟ କର୍ତ୍ତୁପକ୍ଷ ଧ୍ୟାନ ଦିଅନ୍ତୁ

ବୀରମହାରାଜପୁର,୧୦/୧୨ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଗ୍ରାମାଞ୍ଚଳକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଏବେ ମରଣଯନ୍ତା ହୋଇପଡିଛି । ବ୍ଲକ ର ଜଟେସିଂହା ପଞ୍ଚାୟତର ରୁଗୁଡିସାହି – ଆରଡି ରାସ୍ତାରୁ ଆନନ୍ଦପୁର ଗ୍ରାମକୁ ସଂଯୋଗ କରୁଥିବା ଦେଢ କିଲୋମିଟର ରାସ୍ତା ଏବେ ମରଣଯନ୍ତା ପାଲଟିଛି । ସୂଚନା ଫଳକ ଅନୁଯାୟୀ ଏହି ଦେଢ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରାୟ ୯ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ମାତ୍ର ରାସ୍ତାରୁ ଏବେ ପିଚୁ ଉଠି ବିଭିନ୍ନ ସ୍ଥାନରେ ଗାତ ସୃଷ୍ଟି ହୋଇଗଲାଣି । ଏହି ରାସ୍ତାଟି ୨୦୧୫ ରେ କାମ ଶେଷ ହୋଇଅଛି । ରାସ୍ତାରେ ଭାରିଯାନ ଚଳାଚଳ କରୁନଥିବା ବେଳେ ରାସ୍ତାଟି ଅନେକ ସ୍ଥାନରେ ଭୁଶୁଡ଼ି ପଡିଥିବା ଦେଖିବାକୁ ମିଳୁଛି । ବିଭାଗୀୟ ଅଧିକାରୀ ତଥା ଠିକାଦାର ଙ୍କ ଦ୍ଵାରା ମଧୁଚନ୍ଦ୍ରିକାରେ ଏହି ନିମ୍ନ ମାନର କାମ ହୋଇଥିବାରୁ ଏହାର ଅବସ୍ଥା ଏବେ ଶୋଚନୀୟ ହୋଇଥିବା ଅଭିଯୋଗ ହୋଇଛି । ଅନିୟମିତତା ଓ ନିମ୍ନମାନର କାମକୁ ଅଧିକ ତଦନ୍ତ କରାଗଲେ ଅନେକ ରହସ୍ଯ ପଦାକୁ ଆସିବ ବୋଲି ସ୍ଥାନିୟ ଲୋକ କହିଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗ ଯୋଗ କରାଯାଇଥିଲେ ମଧ୍ଯ କିଛି ପ୍ରତିକ୍ରିୟା ମିଳିପାରିନାହଁ । ଏନେଇ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ସହ ଶିଘ୍ର ଏହି ରାସ୍ତାଟି ମରାମତି କରିବାପାଇଁ ଦାବି ହୁଏ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.