କଲମପୁର,୧୪/୧୨ : କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅଧିନସ୍ତ ହାରାମାଳ ଗ୍ରାମର ନରୋତ୍ତମ ଶବର (୩୦) ଗତ ଅକ୍ଟୋବର ମାସ ୨୦ ତାରିଖରେ ତାଙ୍କ ଗ୍ରାମର ମୋହନ ଦଳପତିଙ୍କ ସହିତ ଦାଦନ କାମ କରିବାପାଇଁ ମହାରାଷ୍ଟ୍ର ପୁନ୍ନେ ଯାଇଥିଲେ । ସେଠାରେ ଜଣେ ଠିକାଦାରଙ୍କ ପାଖରେ କୁଲା ଦଲପତିଙ୍କ ପୁଅ ମୋହନ ଦଲପତି ତାଙ୍କୁ ୫୦ ହଜାର ଟଙ୍କାରେ ବନ୍ଧକ ପକାଇ କୁଆଡେ ଚାଲିଯାଇଥିଲା। ପରେ ନରୋତ୍ତମଙ୍କ ପତ୍ନୀ ଓ ପରିବାରଲୋକେ ମୋହନ ଦଲପତିଙ୍କୁ ଏ ବିଷୟରେ ପଚାରିବାକୁ ଫୋନ କରିବାରୁ ତାଙ୍କ ଫୋନ ସ୍ୱିଚ୍ ଅଫ ଥିଲା। ପରେ ମୋହନ ଅନ୍ୟ ବ୍ୟକ୍ତିଙ୍କ ଫୋନ ଯୋଗେ ନରୋତ୍ତମଙ୍କ ପରିବାର ଲୋକଙ୍କୁ ଫୋନରେ ଚେଷ୍ଟା କରୁଛି ବୋଲି ଭୁଆଁ ବୁଲାଇଥିଲା । ପରେ ନରୋତ୍ତମଙ୍କ ସ୍ତ୍ରୀ ପ୍ରମୋଦିନୀ ଶବର ମୋହନଙ୍କ ପତ୍ନୀ ପାଖକୁ ଯାଇ ପ୍ରକୃତ ଠିକାଦାରଙ୍କ ଫୋନ ନମ୍ବର ଆଣି ଫୋନରେ କଥା ହେବାରୁ ନରୋତ୍ତମଙ୍କୁ ମୁକୁଳାଇବାପାଇଁ ୫୦ ହଜାର ଟଙ୍କା ଫେରସ୍ତକଲେ ପାଇବବୋଲି ଠିକାଦାର କହିଥିଲେ । ପରେ ନରୋତ୍ତମଙ୍କ ସ୍ତ୍ରୀ ଓ ପରିବାର ଲୋକେ କଲାହାଣ୍ଡି ପୋଲିସ ଆରକ୍ଷୀ ଅଧୀକାରୀ, ଜିଲ୍ଲାପାଳ, ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବେ ଉକ୍ତ ଜାଗାରୁ ଫେରେଇ ଆଣିବା ପାଈଁ ଜଣାଇଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ କେବେ ନରୋତ୍ତମକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିବ ଆଉ ଦୋଷୀକୁ ଦଣ୍ଡ ମିଳିବ ତାହା ଦେଖିବାକୁ ବାକି ରହିଲା।
କଲମପୁରରୁ ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in
_________________________________________