୩ ଦଫା ଦାବୀ ନେଇ ୧୮ ଓ ୧୯ ତାରିଖ ବଲାଙ୍ଗିର ବନ୍ଦ

ବଲାଗିଂର ଏକ୍ସନ କମିଟିର ବନ୍ଦ ଡାକରା

Omkar Vasthu
Omkar Vasthu

ବଲାଙ୍ଗିର,୧୮/୧୨ : ତିନି ଦଫା ଦାବୀରେ ୧୮ ଓ ୧୯ ତାରିଖ ଦୁଇଦିନ ଧରି ବଲାଗିଂର ବନ୍ଦର ଡାକରା ଦେଇଛି ବଲାଗିଂର ଏକ୍ସନ କମିଟି । ଗତ ମାସର ତୃତୀୟ ବୁଧବାର ଓ ଗୁରୁବାର ମଧ୍ୟ ଏହି ଭଳି ବନ୍ଦ ଡାକରା ଦିଆ ଯାଇଥିଲା । କେବଳ ରାଜ୍ୟ ଓ କେନ୍ଦ୍ର ସରକାରକଂ ସମସ୍ତ କାର୍ଯ୍ୟାଳୟ, ବୀମା ଓ ବ୍ୟାକଂ ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଦୋକାନ ବଜାର, ସ୍କୁଲ,କଲେଜ, ଗାଡି ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆଯାଇଛି । ଜିଲ୍ଲାର ଶତାଧିକ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ବଲାଗିଂର ଠାରେ ହାଇକୋର୍ଟର ସ୍ଥାୟୀ ବ୍ୟାଚଂ ଶୀଘ୍ର ପ୍ରତିଷ୍ଠା,ଲୋୟର ସୁକତେଲ ବିସ୍ଥାପିତକୁଂ ଉଚିତ କ୍ଷତିପୁରଣ ସହ ଥଇଥାନ କରି ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ଶୀଘ୍ର ବାଏପାସ ରାସ୍ତା ଶୀଘ୍ର ନିର୍ମାଣ କରିବା ପାଇଁ ଦାବୀ କରି ଅନ୍ଦୋଳନକୁ ଓହ୍ଲାଇଛି ଏକ୍ସନ କମିଟି । ଆଜି ସକାଲୁ ସାକାଲୁ ପିକେଟିଂ ଆରମ୍ଭ କରିଦେଇଛନ୍ତି ଆନ୍ଦୋଳନକାରୀ । ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ପିକେଟିଂ କରି କାର୍ଯ୍ୟାଳୟ କୁ ବନ୍ଦ କରି ଦେଇଥିଲେ ଆନ୍ଦୋଳନକାରୀ ।

Pearl dental clinic
Near Ashish Medical Store, Bhawanipatna
ବଲାଂଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.