ସୋନପୁର,୧୯/୧୨ : ଜିଲ୍ଲା କୃଷି ବିଭାଗ ତଥା ପଲ୍ଲୀ ନିର୍ଦେଶକ ଆତ୍ମା ପକ୍ଷରୁ ଏଫଇଏସ ସହାୟାତା କୃଷି ସୁଚନା କେନ୍ଦ୍ରରେ ଉନ୍ନତ ଜଳ ପରିଚାଳନା ତଥା କୃଷି ଓ ଜୀବିକା ପଦ୍ଧତି ଗତ ଦୃଷ୍ଟିକୋଣ ସର୍ମ୍ପକିତ ଜିଲ୍ଲା ସ୍ଥରିୟ କର୍ମଶାଳା ମୁଖ୍ୟ କୃଷି ଅଧିକାରି ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ଯୋଗ ଦେଇଥିବା ବେଳେ ସମ୍ମନିତ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଡ.ଜିବନ ଜିତ ସେନ, ଡୁଙ୍ଗୁରିପାଲି ଜିଲ୍ଲା କୃଷି ଅଧିକାରି ବିନୋଦ ଲାକ୍ରା, ଏଫଇଏସ କାର୍ଯ୍ୟକ୍ରମ ପରିଚାଳକ ହୃଷିକେଷ ମହାପାତ୍ର ପ୍ରମୁଖ ଯୋଗଦେଇ ଜଳ ପରିଚାଳନା ଓ ସଂରକ୍ଷଣ ଉପରେ ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତେଲ ଜଳ ସେଚନ ବିଭାଗ ନିର୍ବାହି ଅଧିକାରି ଦିଲ୍ଲିପ ପାତ୍ର, କ୍ଷୁଦ୍ର ଜଳ ସୋଚନ ବିଭାଗ ନିର୍ବାହି ଅଧିକାରି କିଶୋର ଆର୍ଚାର୍ଯ୍ୟ, ସହକାରି ଉଦ୍ୟାନ ନିଦ୍ଦେଶକ ନରେନ୍ଦ୍ର ସାହୁ, ବ୍ଲକ କୃଷି ଅଧିକାର ଶ୍ରିନିବାସ ମଲ୍ଲିକି, ଡିପିଡି ଆତ୍ମା ତୁଷାର ମିଶ୍ର, ବୈଜ୍ଞାନିକ ସୁରଜ୍ୟତି ପଧାନ, ବୈଜ୍ଞାନିକ ସୁପ୍ରଭା ସେଠି, ମୃର୍ତିକା ରସାୟନବିତ ଅନିଲ ପ୍ରହାରାଜ, ସହକାରି କୃଷି ଅଧିକାରି ପଙ୍କଜ ମେହେର, ସୁନିଲ ଠାକୁର, ବୈଷୟିକ ସହାୟକ ଅମରେଶ ରାଉତରାୟ, ବୈଷୟିକ ସହାୟକ ମନୋରମା ବେହେରା, ଏଫଆଇସି ସୋମନାଥ ପୁରୋହିତ, ପ୍ରମୁଖ ଉପସ୍ଥିତ ଥିଲେ । ଯୁଗ୍ମ ମାନ ନିଦ୍ଧାରଣ ଅଧିକାରି ସ୍ମିତା ପଣ୍ଡା ସଭାସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
________________________________________