ମମତା ହିତାଧିକାରୀଙ୍କୁ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର,୧୯/୧୨ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମୃୁଷୁଣ୍ଡୀ ପଞ୍ଚାୟତର ମାଣିକପୁର ଗାଁ କଲ୍ଯାଣ ସମିତି ପକ୍ଷରୁ ଗ୍ରାମର ମହିଳା ହିତାଧିକାରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଗାଁ ସ୍ବାସ୍ଥ୍ୟ ସମୀକ୍ଷା ସଂଯୋଜନା ଆୟୋଜନ କରିଥିବାବେଳେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କ୍ଷେତ୍ର ପରିଦର୍ଶିକା ତୁଳସୀ ମଞ୍ଜୁରୀ ମିଶ୍ର, ସ୍ବାସ୍ଥ୍ୟକର୍ମୀ ସରୋଜ କୁମାର ସାହୁ, ଆଶାକର୍ମୀ ସୁଲୋଚନା ଡାଙ୍ଗ, ଆବାହିକା ବନିତା ଦେହୁରୀ, ମହିଳା ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମମତା ଯୋଜନାରୁ ମିଳୁଥିବା ଗର୍ଭବତୀ ମାଆମାନଙ୍କ ଅର୍ଥରାଶିକୁ ନିଜର ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରି ମା ଓ ଶିଶୁ ମୃତ୍ୟୁକୁ ହ୍ରାସ କରିବା ସହିତ ଯୋଗାଣ ହେଉଥିବା ଛତୁଆ, ଅଣ୍ଡା, ବାଦାମ ଲଡୁକୁ ନିଜେ ଖାଇବାକୁ ସୂଚନା ପ୍ରଦାନ କରିଥିଲେ । ଯେଭଳି ନିଜର ଶିଶୁ ଖାଦ୍ୟଅଭାବରୁ ଅପପୁଷ୍ଟି କର ଶିକାର ନହେବେ ସେଥିନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଶେଷରେ ଉପସ୍ଥିତ ମହିଳା ମାନଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ମମତା ହିତାଧିକାରୀ’ ମା ‘ ରୁପକାନ୍ତି ପଧାନ ପ୍ରଥମ, ନିରୁପମା ଭୋଇ ଦ୍ବିତୀୟ ଓ ରଶ୍ମିତା ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଶେଷରେ ଅଙ୍ଗନୱାଡି କର୍ମୀ କ୍ଷୀର ମହାନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.