ବୀରମହାରାଜପୁର,୨୦/୧୨ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମୃୁଷୁଣ୍ଡୀ ପଞ୍ଚାୟତ ପରିସରରେ “ପ୍ରଚେଷ୍ଟା ” ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଗ୍ରାମରୁ ଆସିଥିବା ଆଶାକର୍ମୀ, ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟସଭ୍ୟା ମାନଙ୍କୁ ନେଇ ଏକ ଦିବସୀୟ ଅଭିମୁଖୀ କରଣ କାର୍ଯ୍ୟକ୍ରମ “ପ୍ରଚେଷ୍ଟା ” ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ରୀନା ପୁଟା ଅଧ୍ୟକ୍ଷତା କରିଥିବା ବେଳେ ମୃୁଷୁଣ୍ଡୀ ଆରୋଗ୍ଯ କେନ୍ଦ୍ରର ମେଡିକାଲ ଅଫିସର ଶିବାନନ୍ଦ ଚାଉଲିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସମ୍ମାନୀତ ଅତିଥି ଭାବେ ବିପିଏମ ମହେନ୍ଦ୍ର ମିଶ୍ର, ସଂପ୍ରସାରଣ ଅଧିକାରି ହରିବୋଲ ଭୋଇ, ହିସାବ ରକ୍ଷକ ଜିତେନ୍ଦ୍ର ପଣ୍ଡା, ସ୍ବାସ୍ଥ୍ୟ ପରିଦର୍ଶକ ଗିରିଧାରୀ ସାହୁ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କ୍ଷେତ୍ର ପରିଦର୍ଶିକା ତୁଳସୀ ମଞ୍ଜୁରୀ ମିଶ୍ର ପ୍ରମୁଖ ଯୋଗଦେଇ “ପ୍ରଚେଷ୍ଟା ” କାର୍ଯ୍ୟକ୍ରମ ଦ୍ଵାରା ୧୨ ଗୋଟି ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯାଉଛି, ଏହି ସେବାଗୁଡିକୁ କିଭଳିଭାବରେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କ ପାଖକୁ ଠିକ୍ ଭାବରେ ପହଞ୍ଚାଇବା ପାଇଁ ଅତିଥି ମାନେ ମତ ରଖି ତାଲିମ ଓ ସଚେତନତା କରାଇଥିଲେ । ଶେଷରେ ଗାଁ ସ୍ବାସ୍ଥ୍ୟ ସମୀକ୍ଷା ସଂଯୋଜକ ଅକୁର କୁମାର ନାଏକ ଧନ୍ଯବାଦ ଅର୍ପଣ କରିଥିଲେ ।