ଅଙ୍କୁର ଦିବସ : ଶିଶୁର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା

ଜୁନାଗଡ,୧୯/୧୨ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁ ପଞ୍ଚାୟତର କର୍ଲାଗାଁ ଅଙ୍ଗନୱାଡି କେନ୍ଦ୍ର ଠାରେ ଅଙ୍କୁର ଦିବସ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରତ୍ୟକ ମାସର ୧୯ ତାରିଖ ଦିନ ଅନୁଷ୍ଠିତ ହେବ । ଏଥିରେ ଶିଶୁର ସର୍ବିଙ୍ଗିନ ବିକାଶ, ଆଦ୍ୟ ଶୈଶବ ଯତ୍ନ ଏବଂ ଶିକ୍ଷା ଉପରେ ଅଭିବାବକ ମାନଙ୍କୁ ସଚେତନ କରାଯିବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଙ୍ଗନୱାଡି ସୁପରଭାଇଜର ଶ୍ରୀମତୀ ଚନ୍ଦ୍ରିକା ଦୁର୍ଗା, ସମିତିସଭ୍ୟ ସଦାଶିବ ବେମାଲ, ପିଇଓ ସୁରେନ୍ଦ୍ର ବେଶ୍ରା, ଜୟନ୍ତ ପଧାନ, ବିମ୍ବାଧର ବାଗ, ଘନଶ୍ୟାମ ବାଗ ଏବଂ ବଡ଼ଚେରଗାଁ ଓ ଉଛଲା ଅଂଚଳର ସମସ୍ତ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ । ପରିଶେଷରେ ସମସ୍ତଙ୍କୁ ଶ୍ରୀମତୀ ଚନ୍ଦ୍ରିକା ଦୁର୍ଗା ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ପ୍ରତିନିଧି ରାକେଶ ବେମାଲଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.