ବଲାଙ୍ଗିର,୨୦/୧୨ : ସ୍ଥାନୀୟ ଟାଉନ ହଲ ପରିସରରେ ଉପଖଣ୍ଡ ସ୍ଥରୀୟ ଲୋକ ଉତ୍ସବ ୨୦୧୯ ଅନୁଷ୍ଟିତ ହୋଇଯାଇଛି। ଏଥିରେ ବଲାଙ୍ଗିର ଉପଖଣ୍ଡର ସମସ୍ତ ବ୍ଲକର କଳାକାରମାନେ ସାମିଲ ଥିଲେ । ଜିଲ୍ଲା ତଥା ସହର ମଧ୍ୟରେ ଅନେକ ଲୋକକଳା ଧୀରେ ଧୀରେ ଲୁପ୍ତ ହେବାରେ ଲାଗିଛି, ଯାହାକୁ ଆଜିର ଏହି ଉପଖଣ୍ଡ ସ୍ଥରୀୟ ଲୋକଉତ୍ସବ ମାଧ୍ୟମରେ ଜାଗ୍ରତ କରିବା ସହ କଳାକାରଙ୍କ କଳାକୁ ଉଦଜୀବିତ କରି ଉତ୍ସାହିତ କରିବା ଥିଲା ମୁଖ୍ୟ ଉଦେଶ୍ୟ। ସମାନ ଭାବରେ ସମସ୍ତ ବ୍ଲକରୁ ଆସିଥିବା ଭିନ୍ନ ଭିନ୍ନ କଳାକାରଙ୍କ ଦ୍ଵାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହା ଥିଲା କଳାକାରଙ୍କ ପାଇଁ ପ୍ରେରଣାର ଉତ୍ସ । ଏହି ଲୋକ ଉତ୍ସବରେ ଉଚ୍ଚ ପଦାଧିକାରୀଙ୍କ ସହ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।