କୋକସରା ଠାରେ ବ୍ଳକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

କୋକସରା,୨୦/୧୨ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଲ ଯୋଜନାରେ ଓରମାସ୍ ଦ୍ବାରା ବ୍ଳକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । କୋକସରା ବ୍ଲକ ମିଶନ୍ ମ୍ୟାନେଜମେଣ୍ଟ ୟୁନିଟ, ଆନୂକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ସେଠୀ ଯୋଗଦେଇ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ଦ୍ଵାରା ପରିଚାଳିତ ଏହି ଯୋଜନା ଗ୍ରାମୀଣ ଯୁବକ ଓ ଯୁବତୀ ମାନଙ୍କୁ କର୍ମ ନିଯୁକ୍ତି ଯୋଗେଇ ଦେଇଥାଏ, ଏଥିରେ ଅନେକ ଯୁବକ ଯୁବତୀ ମାନେ ତାଲିମ ନେଇ ନିଯୁକ୍ତି ପାଇସାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ସବ୍ୟାରାଣୀ ବାଗ, ପି.ଇ.ଓ. ତଥା ପି.ଏ. ବିରଞ୍ଚି ଖର୍ସେଲ, ବି.ଏଲ.ସି. ସୁରେଶ କୁମାର ରାଉତ, ମନରେଗା ସହାୟକ ଉପେନ୍ଦ୍ର ବାଗ, ଡି.ଏଲ. ଆଦିତ୍ୟ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ନିଯୁକ୍ତି ମେଳାରେ ୬ ଗୋଟି ଘରୋଇ ସଂସ୍ଥା ଯଥା ଦିନବନ୍ଧୁ ଫାଉଣ୍ଡେସନ, ସାହି ଏକ୍ସପୋର୍ଟ, ବଳରାମ ପଣ୍ଡା ଟ୍ରଷ୍ଟ, ଲେମନଟ୍ରି ହୋଟେଲସ୍ ପ୍ରମୂଖ ସଂସ୍ଥା ମାନେ ଯୋଗଦେଇଥିଲେ। ଏହି ଅବସରରେ କୋକସରା ବ୍ଲକର ୨୨ ଗୋଟି ପଞ୍ଚାୟତରୁ ଶତାଧିକ ଯୁବକ ଓ ଯୁବତୀ ଯୋଗଦେଇ ବିଭିନ୍ନ ବିଷୟରେ ତାଲିମ ନେବା ପାଇଁ ରେଜିଷ୍ଟ୍ରିକରଣ କରିଥିଲେ। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Udyog Nursery
Udyogi Nursery
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.