ଲାଞ୍ଜିଗଡ଼,୨୯/୧୨ :ଲାଞ୍ଜିଗଡ଼ ମୁନିଗୁଡା ରାସ୍ତାରେ ଓଏସଏଲ କମ୍ପାନୀର ଏକ ପିକକ୍ ଭ୍ୟାନ (ଓ ଆର ଜିରୋ- ୪ ଇ ୯୮୬୩) ମୁନିଗୁଡା ପଟୁ ଲାଞ୍ଜିଗଡ଼ ଆସୁଥିବା ବେଳେ ଲାଞ୍ଜିଗଡ଼ ନିକଟସ୍ଥ ପୋଖରୀରେ ୨୦ ଫୁଟ ତଳେ ଓଲଟି ପଡିଥିଲା। ଯାହା ଫଳରେ ପୋଖରୀରେ ଗାଧୋଉ ଥିବା ଲୋକେ ଏକ ବଡ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଡ୍ରାଇଭରର ବେପାରୁଆ ଗାଢ଼ି ଚାଳନା ଯୋଗୁଁ ଗାଡିଟି ଦୃତ ଗତିରେ ଆସି ଭାରସାମ୍ୟ ହରାଇ ପୋଖରୀରେ ଓଲଟି ପଡିଥିଲା। ଗାଡିରେ ସେହି ସମୟରେ ସବାରୀ ନଥିଲେ, ଓଲଟିବା ପରେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।