‘ମହୁରି’ର ଦ୍ୱାଦଶ ବାର୍ଷିକୋତ୍ସବ ଆୟୋଜିତ

କବି ଡ.ସୁରେଶ ନାୟକ ପାଇଲେ ମହୁରି ସମ୍ମାନ-୨୦୧୯

ଭୁବନେଶ୍ୱର,୨୯ା୧୨: ଅଗ୍ରଣୀ ସାହିତ୍ୟ ପତ୍ରିକା ‘ମହୁରି’ର ଦ୍ୱାଦଶ ବାର୍ଷିକୋତ୍ସବ ‘ମହୁରି ମହୋତ୍ସବ’ ସ୍ଥାନୀୟ ହୋଟେଲ୍ ସେଣ୍ଡିସ୍ ଟାୱାର୍ଠାରେ ଆୟୋଜିତ ହୋଇଯାଇଛି । ଓଡ଼ିଶା ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ସୁଜିତ୍ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ତଥା ଅନୁବାଦିକା ପ୍ରବାସିନୀ ମହାକୁଡ଼ ମୁଖ୍ୟବକ୍ତା, ବିଶିଷ୍ଟ ଲେଖିକା ଡ.ଅପର୍ଣ୍ଣା ମହାନ୍ତି ଓ ମହୁରିର ସଂପାଦକ ସୁକାନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମହୁରିର ମୁଖ୍ୟ ସଂପାଦକ ଭବାନୀଶଙ୍କର ନିଆଲ ସଭାପତିତ୍ୱ କରିଥିବା ବେଳେ ଯୁବ ଲେଖକ ଡ.ସୁଶୀଳ କୁମାର ବାଗ୍ ମଂଚ ସଂଚାଳନ କରିଥିଲେ । ମହୁରିର ସହ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି ଅବସରରେ କଥିତ ଭାଷାକୁ କାବ୍ୟ ଭାଷାରେ ରୂପାନ୍ତରିତ କରୁଥିବା ବିଶିଷ୍ଟ କବି ତଥା ‘ସମୟର ଆକାଂକ୍ଷା’ର ମୁଖ୍ୟ ସଂପାଦକ ଡ.ସୁରେଶ ନାୟକଙ୍କୁ ମହୁରି ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ମହୁରିର ସହ-ସଂପାଦକ ସୁଶୀଲ କୁମାର ବାଗ ।

ପରେପରେ ଆୟୋଜିତ କବିତା ପାଠୋତ୍ସବରେ ସୁଖ୍ୟାତ କବି ସୌଭାଗ୍ୟକୁମାର ମିଶ୍ର ଏକକ ଅତିଥି ଭାବେ ଯୋଗଦେଇଥିବା ବେଳେ ଯୁବ କବି ତଥା କଥାକାର ସରୋଜ ବଳ ସଂଯୋଜନା ଏବଂ ଯୁବ ଲେଖକ ଡିଲେଶ୍ୱର ରଣା ସହଯୋଗ କରିଥିଲେ ।

ଏଥିରେ କବି ଭାରତ ମାଝୀ, ସ୍ୱପ୍ନା ମିଶ୍ର, ପବିତ୍ରମୋହନ ଦାଶ, ସୁରେଶ ସାଗର, ଶ୍ୱେତା ରାଉତ, ଗାରିମା ନାଥ, ମାନମୟୀ ରଥ, ଲକ୍ଷ୍ମୀନାରାୟଣ ହୋତା, ଚାଇଁଆ ମୁରୁଖ, ବାଦଲ ମହାନ୍ତି, ଶକ୍ତି ମହାନ୍ତି, କେଦାର ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ । ଲେଖକ ସକିତ ରତେ, ପରେଶ କୁମାର ପଟ୍ଟନାୟକ, କ୍ଷୀରୋଦ ପରିଡ଼ା, ଅଞ୍ଜୁମନ୍ ଆରା, ରଜତ ରଶ୍ମୀ ସ୍ୱାଇଁ, ସରୋଜ, ସୁନନ୍ଦା ପ୍ରଧାନ, ଲକ୍ଷ୍ମୀକାନ୍ତ ବାଗ, ସଚିନ୍ ଜୈନ, ପବିତ୍ରମୋହନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.