ଦିଶାହିନ ଶିଶୁ ବିକାଶ ଯୋଜନା : ଛେଳି ଗୁହାଳରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ଖୋଲା ଆକାଶ ତଳେ ଖାଦ୍ୟ ଖାଉଛନ୍ତି ଶିଶୁ

Omkar Vasthu
Omkar Vasthu

ଶନିବାର କେନ୍ଦ୍ର ବନ୍ଦକୁ ନେଇ ଘନିଭୂତ ହୋଇଛି ଜନ ଅସନ୍ତୋଷ

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼,୧୬/୨ : ମହିଳା ଓ ଶିଶୁ ବିକାଶ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଉଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ଏହି ଯୋଜନା ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ବିଶେଷ କରି ଶିଶୁ ବିକାଶ ଯୋଜନାରେ ଅଙ୍ଗନୱାଡ଼ି ଗୃହ ନିର୍ମାଣ ଅସମ୍ପୂର୍ଣ୍ଣ ହୋଇ ପଡିଥିବା ବେଳେ ପିଲା ଛେଳି ଗୁହାଳରେ ପାଠ ପଢିବା ସହ ଖୋଲା ଆକାଶ ତଳେ ଖାଦ୍ୟ ଖାଉଛିନ୍ତି। ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ସହର ସ୍ଥିତ ୧ ନମ୍ବର ୱାଡ ମହାଦେବ ପଡା ଓ ପ୍ରଧାନୀ ପଡାଠାରେ ଆଜିକୁ ୨୫ ବର୍ଷ ହେବ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଯୋଗୁଁ ଲୋକଙ୍କ ଘର କେନ୍ଦ୍ର ଚଳାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଗୋଟି ସ୍ଥାନ ବଦଳାଇଥିବା ପଡ଼ାବାସୀ କହିଛନ୍ତି।

Udyog Nursery
Udyogi Nursery

ବାରମ୍ବାର ପ୍ରଶାସନଙ୍କୁ ଜଣାଇବା ପରେ ୨୦୧୫ ମସିହାରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରାଯାଇଥିଲା। କିନ୍ତୁ ତାହା ଅଧପନ୍ତରିଆ ଲିମଟର ଲେବୁଲ ପର୍ଯ୍ୟନ୍ତ ଉଠି ୫ ବର୍ଷ ହେବ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି। ଏହି ପଡାବାସୀ ବାରମ୍ବାର କହିଲେ ମଧ୍ୟ ପ୍ରଶାସନ ଶୁଣୁନ ଥିବା କହିଛନ୍ତି। ଶେଷରେ ଘର ନ ମିଳିବା ଯୋଗୁଁ ପ୍ରଧାନୀ ପଡାରେ ଏକ ଛେଳି ଗୁହାଳରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଥିବା ଶିଶୁଙ୍କ ବାପା ମା’ କହିଛନ୍ତି। ପ୍ରଧାନୀପଡାବାସୀଙ୍କ କହିବା ଅନୁଯାୟୀ ଆଜିକି ୨ ବର୍ଷ ହେଲା ପିଲା ଖୋଲା ଆକାଶ ତଳେ ପାଠ ପଢ଼ୁଥିବା ଦେଖି ଘର ବାଲା ନିଜ ଛେଳିକୁ ବିକ୍ରି କରି ଜାଗା ଦେଇଥିବା ବେଳେ ବର୍ତ୍ତମାନ ସେଠାରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଥିବା ପ୍ରକାଶ କରିଛନ୍ତି। ଏପଟେ ଖାଦ୍ୟ ଖାଇବା ସମୟରେ ସ୍ଥାନ ଅଭାବରୁ ଖୋଲା ଆକାଶ ତଳେ ୩୦ ଗୋଟି କୋମଳ ମତି ଶିଶୁ ମାନେ ଖାଦ୍ୟ ଖାଉଛନ୍ତି। ଗତକାଲି (ଶନିବାର) ସେଣ୍ଟର ବନ୍ଦ ରହିଥିବାରୁ ଅବିଭାବକ ଓ ପଡାବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଶନିବାର ଖାଦ୍ୟ ସାଙ୍ଗକୁ ଅଣ୍ଡା ପାଇବା ଆଶାରେ ପିଲାମାନେ ସେଣ୍ଟରକୁ ଆସି ନିରାଶ ହୋଇ ଫେରି ଯାଇଥିଲେ । ବାରମ୍ବାର ଏପରି ଘଟୁଥିବା ପଡାବାସୀ ଅଭିଯୋଗ କରିଛନ୍ତି । ଏଥିପ୍ରତି କଳାହାଣ୍ଡି ଜିଲ୍ଲାପାଳ ଦୃଷ୍ଟି ଦେଇ ଅସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ରଟିକୁ ସମ୍ପୂର୍ଣ୍ଣ କରାଇବାକୁ ଦାବି କରିଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.