କବିତା : ପ୍ରତିଜ୍ଞା ଦିବସର ଶୁଭେଚ୍ଛା

 

 ପ୍ରଦୀପ ଚଲାନ

ରାଣ ମୁଁ ଖାଉଛି ତୋ ସାଥେ ରହିବି
ଥିବା ଯାଏ ଏ ଜୀବନ,
କଥା ଦେ ମୋତେ ଭୁଲିବୁନି କେବେ
ମୋତେ ଛାଡି ଯିବୁନି ଧନ ।

ଏକୁଟିଆ ହୋଇ ଥିଲି ମୁଁ ଦିନେ
ଏବେ ଜୀବନେ ଆସିଲୁ ତୁ,
ଭଲପାଉଛି ଭଲପାଉ ଥିବି
ତତେ ଏକା ଭଲପାଏଁ ମୁଁ ।

ତୁ ମୋ ନିଶ୍ୱାସ ତୁମୋ ପ୍ରଶ୍ଵାସ 
ତତେ ନିଜଠୁ ବେଶି ଭଳପାଏ,
ସବୁ ଖୁସି ତତେ ଅଜାଡି ଦେବି ମୁଁ
ଏ ଜୀବନ ସରିବା ଯାଏ ।

ପ୍ରତିଜ୍ଞା ଦିବସେ ପ୍ରତିଜ୍ଞା କରୁଛି
ଛାଡିବିନି କେବେ ତୋ ହାତ,
ଏକ ମାତ୍ର ତୁ ମୋ ବଞ୍ଚିବା କାରଣ
ତୋ ପାଦେ ପାଦ ରଖି ଚାଲିବି ବାଟ ।

ତୁ ମୋ ପାଇଁ ସବୁକିଛି
ତୁ ମୋର ଅତି ଦରକାର,
ଆଉ ସବୁ ମୋ ପାଇଁ ଅଲୋଡା
ତୋ ମୋର ଜୀବନର ବତୀ ଘର।

କୁସୁମଖୁଣ୍ଟି, କୋକସରା, କଳାହାଣ୍ଡି

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.