ମାସେ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ଘଟଣା, କାମଦେଲା ଗଣମାଧ୍ୟମର ଖବର : ଲାଗିଲା ନୂତନ ପାଣି ଟାଙ୍କି

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବସନ୍ତ ପଡ଼ାରେ ମାସେ ହେଲା ସୋଲାର ପାଣି ଟାଙ୍କି ଫାଟି ଯିବାରୁ ଗ୍ରାମବାସୀ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିଲେ। ଏନେଇ ବ୍ଲକ ଜଳ ଯୋଗାଣ ବିଭାଗକୁ ଜଣା ଯାଇ ଥିଲା। ବିଭାଗ ଅତିଶୀଘ୍ର ନୂତନ ଟାଙ୍କି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ପ୍ରତିଶ୍ରୁତି ଏକ ମାସ ହେଲା କାର୍ଯ୍ୟରେ ପରିଣତ ହୋଇ ପାରି ନଥିଲା। ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ଗୁରୁବାର ଦିନ ବ୍ଲକ ଜଳଯୋଗାଣ ବିଭାଗ ପକ୍ଷରୁ ନୂତନ ପାଣିଟାଙ୍କି ବସନ୍ତ ପଡା ଗ୍ରାମରେ ଲଗା ଯାଇଛି। ଯାହା ଫଳରେ ବସନ୍ତପଡାବାସୀ ପାନୀୟ ଜଳ ବ୍ୟବହାର କରିବା ସହିତ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ) ଙ୍କ ରିପୋର୍ଟ OdiaBarta.in

________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.