ଗୋଧନେଶ୍ଵର ମନ୍ଦିରରେ ମହାଶିବରାତ୍ରି : ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଲା ଗଗନ ପବନ

ବୀରମହାରାଜପୁର,୨୨/୨ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀ ଗୋଧନେଶ୍ଵର ମନ୍ଦିରରେ ମହାଶିବରାତ୍ରି ଅବସରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା । ଶୁକ୍ରବାର ସକାଳୁ ରୀତିନୀତି ଅନୁସାରେ ମୁଖ୍ୟ ଦ୍ୱାର ଫିଟା କାର୍ଯ୍ୟକ୍ରମ ହୋଇଥିଲା ।

ଭୋର ୬ ଟାରୁ ସମସ୍ତ ଶ୍ରଦ୍ଧାଳୁ ମାନେ ଶାନ୍ତି ଶୃଙ୍ଖଳାର ସହ ଲମ୍ବା ଲାଇନରେ ରେ ଶିବ ଭଗବାନଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ସମୟରେ ହଜାରହଜାର ମହିଳା ପୁରୁଷ ନିର୍ଯଲା ଉପବାସ ରେ ଜାଗରଜାଳି ଉଜାଗର ରହି ରାତି ପ୍ରାୟ ୧୨ଟା ସମୟରେ ମହାଦୀପ ଉଠିବା ପଯ୍ୟନ୍ତ ଅପେକ୍ଷା କରିଥିଲେ । ଏହି ଅବସରରେ ମନ୍ଦିର ପରିସରରେ ଅଷ୍ଟ ପହରି ନାମ ଯଜ୍ଞ, ପୁରାଣ ପାଠ, ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏକ କଳସ ଶୋଭାଯାତ୍ରା ବାହାରି ନାମ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏଥିରେ ପୂଜକ ନିତ୍ୟାନନ୍ଦ ପଣ୍ଡା ଓ ପପୁ ପଣ୍ଡା ରହିଥିବା ବେଳେ ଘୁଣ୍ଡୁ ବିଶି ସହପତ୍ନୀ କର୍ତ୍ତା ଦାଇତ୍ବ ତୁଲାଇଥିଲେ । ଏଥିରେ ଗୋଧନେଶ୍ଵର ପୂଜକ ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଆଇନ ଶୃଙ୍ଖଳା ଦୃଷ୍ଟିରେ ରଖି ସୁବଳୟା ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ପୋଲିସ ଦଳ ମୁତୟନ ହୋଇଥିଲେ ।

ବୀରମହାରାଜପୁର ପ୍ରତିନିଧି ବିନୋଦ ପାଣ୍ଡେଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.