ମାତୃଭାଷାର ପ୍ରୟୋଗ ଦ୍ୱାରା ଗୋଟିଏ ଜାତି ରୁଦ୍ଧିମନ୍ତ ହୋଇଥାଏ

● ଶାନ୍ତିକାନନରେ ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ଅତିଥି କଲେ ଆଲୋଚନା

ବାଲେଶ୍ୱର,୨୨/୦୨(କୃଷ୍ଣ କୁମାର ମହାନ୍ତିଙ୍କଠାରୁ): ସମଗ୍ର ପୃଥିବୀରେ ଫେବୃଆରୀ ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବରେ ପାଳନ କରାଯାଏ। ଏଥିପାଇଁ ପ୍ରତିବର୍ଷ ବିଷୟବସ୍ତୁ ଅଲଗା ଅଲଗା ପ୍ରଦାନ କରାଯାଏ। ତଦନୁସାରେ ଚଳିତବର୍ଷର ବିଷୟବସ୍ତୁ ଥିଲା ‘ଦେଶୀୟ ଭାଷା ମାଧ୍ୟମରେ ଶାନ୍ତି ଓ ସୋହାର୍ଦ୍ଦ୍ୟ ପ୍ରତିଷ୍ଠା ହୋଇପାରିବ’। ଏହି ବିଷୟବସ୍ତୁକୁ ଭିତ୍ତିକରି ଫକୀରମୋହନ ସାହିତ୍ୟ ପରିଷଦ ଓ ଓଡିଆ ଭାଷା ବିକାଶ ଆନ୍ଦୋଳନର ମିଳିତ ଅନୁକୂଲ୍ୟରେ ଏକ ସଭା ଆୟୋଜିତ ହୋଇଯାଇଛି।

Omkar Vasthu
Omkar Vasthu

କବିତୀର୍ଥ ଶାନ୍ତିକାନନ ଠାରେ ଆୟୋଜିତ ଏହି ଉତ୍ସବରେ ‘ଓଡିଆ ଭାଷା ବିକାଶ ଆନ୍ଦୋଳନ’ର ଅଧ୍ୟକ୍ଷ ତଥା ବିଶିଷ୍ଟ ବ୍ୟଙ୍ଗକାର ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରୋହିତ୍ୟ କରିଥିଲେ। ଏଥିରେ ‘ଫକୀରମୋହନ ସାହିତ୍ୟ ପରିଷଦ’ର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଉପସ୍ଥିତ ରହି ୨୦୦୦ ମସିହା ଠାରୁ ଅନୁଷ୍ଠିତ ହୋଇ ଆସୁଥିବା ଅନ୍ତର୍ଜାତୀୟ ମାତୃଭାଷା ଦିବସର ସମ୍ପୂର୍ଣ୍ଣ ଇତିହାସ ପ୍ରଦାନ କରିବା ସହିତ ଭାଷାଭିତ୍ତିକ ରାଷ୍ଟ୍ରଭାବେ ପ୍ରଥମେ ସୃଷ୍ଟି ହୋଇଥିବା ବାଙ୍ଗଲାଦେଶର ମାନ୍ୟତା ପ୍ରସଙ୍ଗ ଉତ୍ଥାପନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଡକ୍ଟର ଭାଗବତ ପ୍ରସାଦ ଦାସ, ବରିଷ୍ଠ ସାରସ୍ବତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି, ବରିଷ୍ଠ ଗବେଷକ ଡକ୍ଟର ରମାକାନ୍ତ ବେହେରା ଓ ପ୍ରତିଷ୍ଠିତ ଭେଷଜ ବିଶେଷଜ୍ଞ, ସୁଲେଖକ ଡାକ୍ତର ଚୋଧୁରୀ ସତ୍ୟବ୍ରତ ନନ୍ଦ ନିଜ ନିଜର ବକ୍ତବ୍ୟରେ ମାତୃଭାଷାର ଉନ୍ନତି ଗୋଟିଏ ଜାତିକୁ ରୁଦ୍ଧିମନ୍ତ କରିଥାଏ ବୋଲି ପ୍ରକାଶ କରିଥିଲେ। ବକ୍ତାମାନେ ଆମଭାଷାର ପ୍ରାଚୀନତା କଥା କହିଥିବା ବେଳେ ବିଜ୍ଞାନ ତଥା ପ୍ରାୟୋଗିକ କ୍ଷେତ୍ରରେ ମାତୃଭାଷାର ପ୍ରୟୋଗ ଜ୍ଞାନ ବିସ୍ତୃତିରେ ସହାୟକ ହୋଇଥାଏ ବୋଲି ମତ ରଖିଥିଲେ।

Udyog Nursery
Udyogi Nursery

ସାଇକୃଷ୍ଣା ନାମକ ଶିଶୁ ଛାତ୍ରଟିଏ ମାତୃଭାଷା ସମ୍ପର୍କିତ ଗୀତ ଗାୟନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଫକୀରମୋହନଙ୍କର ‘ମୋ ଜୀବନ ସାରଧନ’ ଓ ‘ଭାଷା ହିଁ ଜୀବନୀଶକ୍ତି ଜାତିମାନଙ୍କର’ ଗୀତଦ୍ୱୟକୁ ଛାତ୍ରୀ
ଶ୍ୱେତାଲିଶା ପ୍ରିୟଦର୍ଶିନୀ ଓ କଲ୍ୟାଣୀ ନନ୍ଦ ଗାନ କରିଥିବା ବେଳେ ବିମଳ ଜେନାଙ୍କର ‘ଅ ଠାରୁ କ୍ଷ ସବୁ ଅକ୍ଷର’ ଗୀତଟିକୁ ସୁଚିତ୍ରା ସାହୁ ପରିବେଷଣ କରିଥିଲେ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିବାବେଳେ ନିବାରଣ ଜେନା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। କବି ଦୀପକ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର କ୍ଷିତୀଶ୍ୱର ଦାସ, ଦୀନବନ୍ଧୁ ଲେଙ୍କା, ପ୍ରଦୀପ ଚାଟ୍ଟାର୍ଜୀ, ତପନ ରାୟ, ଅରୁଣା ରାୟ, ସୁବ୍ରତା ମହାନ୍ତି, ଦେବାଶିଷ ସିଂହ, ତୃପ୍ତିରାଣୀ ପାତ୍ର,ଶରତ କୁମାର ମହାପାତ୍ର, ଶଶିରଞ୍ଜନ
ମଲ୍ଲିକ, ଅବନ୍ତୀ ପ୍ରଧାନ, ଜ୍ୟୋତ୍ସ୍ନା ରାୟ ମହାପାତ୍ର, ସଞ୍ଜୟ କୁମାର ପଣ୍ଡା, ବିଜୟ କୁମାର ମହାନ୍ତି, କମଳାକାନ୍ତ ଦାଶ, ପଦ୍ମଲୋଚନ ଦତ୍ତ, ଦେବେନ୍ଦ୍ର ଦାସ, ଡକ୍ଟର ହେମମାଳା ଦାଶ, ନୃସିଂହ ଚରଣ ନାୟକ, ପ୍ରଭାକର ସାହୁ, ଜୁମରନାଥ ପାତ୍ର, ପୀତାମ୍ବର ଦାସ, ପ୍ରୀତିଲେଖା ଦାସ, ବିଦ୍ୟାଧର ସାହୁ, ସୁଧାକର ସେଠୀ, ବାସନ୍ତୀ କର, ଅନସୂୟା ନାୟକ, ଚିତ୍ତରଞ୍ଜନ ରାଉତ, ପ୍ରତିମା ପଣ୍ଡା, ଶ୍ରୀରୂପା ମଞ୍ଜରୀ ସେନ୍, ଜୟନ୍ତୀ ରଣା, ଡକ୍ଟର ରତ୍ନାକର ସିଂହ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.