ଅଟୋ – ଟ୍ରାକ୍ଟର ଧକ୍କା : ୪ ମହିଳା ଶ୍ରମିକ ଗୁରୁତର

ଧର୍ମଗଡ,୨/୩ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୪ଜଣ ମହିଳା ଶ୍ରମିକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଧର୍ମଗଡ଼ ଥାନା ଅନ୍ତର୍ଗତ ବିକ୍ରମଗୁଡ଼ା ନିକଟରେ। ପ୍ରାପ୍ତ ସୂଚନା ଆଧାରରେ ଧର୍ମଗଡ଼ରୁ କାମସାରି ଅଟୋରେ ମହିଳା ଶ୍ରମିକ ମାନେ ଘରକୁ ଫେରୁଥିବା ସମୟରେ ଅପର ପଟୁ ଟ୍ରାକ୍ଟର ସହ ଦୁର୍ଘଟଣା ଘଟିଥିଲା । ଯାହା ଫଳରେ ଅଟୋର ବସିଥିବା ୪ ଜଣ ମହିଳା ଶ୍ରମିକ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇ ଭର୍ତ୍ତି କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତନ୍ମଧ୍ୟରୁ ଜଣକର ହାତ କଟାଯାଇଛି ଓ ତିନି ଜଣଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ମର୍ମୁଷୁୁ ଅବସ୍ଥାରେ ଧର୍ମଗଡ଼ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣାକୁ ରେଫର କରାଯାଇଥିବା ଜଣାଯାଇଛି। ଗୁରୁତର ଶ୍ରମିକ ମାନେ ସେମଲା ଗ୍ରାମର ବୋଲି ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର OD 08A3918 ଧର୍ମଗଡ଼ର ଜେନିକ୍ କ୍ରସର୍ ମାଲିକଙ୍କର ବୋଲି ଜଣାଯାଏ । ଧର୍ମଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରିରଖିଛି ।

Udyog Nursery
Udyogi Nursery
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ OdiaBarta.in

ଏଇଠିଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.