ଚମ୍ପାମାଳ ପଞ୍ଚଦୋଳ ଯାତ୍ରା ପାଇଁ ଭଷ୍ମାସୁର ବରଣ 

ମୀନାବଜାର ସାଙ୍ଗକୁ ରହିଛି ସାଂସ୍କୃତିକ କାର୍ଯ୍ୟକ୍ରମ

ବୀରମହାରାଜପୁର,୩/୩ ( ବିନୋଦ ପାଣ୍ଡେ ) :‌ ବୀରମହାରାଜପୁର ବ୍ଲକ ଚମ୍ପାମାଳ ସ୍ଥିତ ପ୍ରସିଦ୍ଧ ଚମ୍ପେଶ୍ଵର ମନ୍ଦିରଠାରେ ଆସନ୍ତା ୫ ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ପଞ୍ଚଦୋଳ ଯାତ୍ରା ଅବସରରେ ଭଷ୍ମାସୁର ଦରବାର ମଧ୍ଯ ଆୟୋଜିତ ହୋଇଛି । ଏଥିରେ ଭଷ୍ମାସୁର ଭୂମିକା ରେ ଅଭିନୟ ନିମନ୍ତେ ବରିଷ୍ଠ କଳାକାର ମନୋରଂଜନ ଚିରଗୁନଙ୍କୁ ଆୟୋଜକ କମିଟି ପକ୍ଷରୁ ବରଣ କରାଯାଇଛି । ଏହି ଅବସରରେ ଚମ୍ପାମାଳ ପଞ୍ଚଦୋଳ ଯାତ୍ରା କମିଟି ସଭାପତି ଲକ୍ଷ୍ମୀ ନାରାୟଣ ପୁରୋହିତ, ଉପଦେଷ୍ଟା କିଶୋର କୁମାର ହୋତା, ବିଶ୍ବନାଥ ଥନାପତି, ମନୋଜ କୁମାର ହୋତା, ଭୀଷ୍ମଦେବ ଥନପତି ,ଅକ୍ଷୟ ଥନାପତି , ଅବିନାଶ କନଂ, ବିନି ମହାରଣା, ରୋହିତ ହୋତା, ବିବେକାନନ୍ଦ ପଣ୍ଡା, ଲୋକେଶ ହୋତା, ସଂପତ୍ତି ଥନାପତି, ଫଗୁ ଭୁକ୍ତା ଓ ଶ୍ରୀରାମ ବିଶି ପ୍ରମୁଖ ଉପସ୍ଥିତ ଥିଲେ । ପଞ୍ଚଦୋଳ ଅବସରରେ ପ୍ରତ୍ୟେହ ରାମାୟଣ ପାରାୟଣ ମଧ୍ଯ ଆୟୋଜିତ ହୋଇଥିବା ବେଳେ ଏଥିରେ ଦେବାଶିଷ ମିଶ୍ର ବ୍ୟାସ ଭାବରେ ରାମାୟଣ ପଠନ କରିବେ । ଏହା ସାଙ୍ଗକୁ ମୀନାବଜାର ଅନ୍ଯାନ୍ଯ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ଆୟୋଜିତ ହୋଇଥିଲବା ଆୟୋଜିତ କମିଟି ଉପଦେଷ୍ଟା କିଶୋର କୁମାର ହୋତା ସୂଚନା ଦେଇଛନ୍ତି ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.