ଦୁର୍ଗମାଞ୍ଚଳ ମେଲଘୁଟୁ ଠାରେ ଆମ ପୁଲିସ୍ ଜନ ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼, ୩/୩: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ସ୍ଥିତ ମେଲଘୁଟୁ ଗ୍ରାମ ଠାରେ ଆଜି (ମଙ୍ଗଳବାର) ବିଶ୍ଵନାଥପୁର ପୁଲିସ୍ ପକ୍ଷରୁ ‘ଆମ ପୁଲିସ’ ଜନ ସମ୍ପର୍କ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଖରୀବନ୍ଧ ସରପଞ୍ଚ କାମେଶ୍ୱର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ଵର ଭୋଇ, ପୋଖରୀବନ୍ଦ ସମିତି ସଭ୍ୟା ଲକ୍ଷ୍ମୀ ମାଝୀ, ବିଶ୍ୱନାଥପୁର ପୂର୍ବତନ ଥାନା ଅଧିକାରୀ କାଁହୁ ଚରଣ ସ୍ବାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବେଆଇନ ମଦ କାରବାର, ଦାଦନ ସମସ୍ୟା,‌ ଶିଶୁ ଶ୍ରମିକ, ଗୁଣିଗାରିଡି, ଜୁଆ, ସଟା ଖେଳ, ମହିଳା ଚାଲାଣ, ମଦ ପିଇକି ଗାଡି ଚଲାଇବା, ମୋବାଇଲ ଫୋନରେ କଥାହୋଇ ଗାଡି ଚଲାଇବା, ସଡକ ସୁରକ୍ଷା, ଓ ‘ମୋ’ ସରକାରଙ୍କ ‘ଫାଇପ ଟି’ କଣ ସେ ବିଷୟରେ ଲୋକଙ୍କୁ ସଚେତନତା କରିବା ସହିତ ମହିଳା ମାନକୁ ଶାଢ଼ି , ଛାତ୍ରଛାତ୍ରୀଙ୍କୁ ସ୍କୁଲ ବେଗ୍, ମଶାରି, ଲୁଙ୍ଗି, ଛତା, କମ୍ବଳ, ରେନିକୋଟ୍, ଖାତା,‌ ବହି, ପେନ୍ସିଲ, ରବର ଓ ଗ୍ରାମବାସୀ ମାନକୁ ଔଷଧ ବଣ୍ଟନ କରାଯାଇଥିଲା ।

Udyog Nursery
Udyogi Nursery

କଣ କଲେ ପୁଲିସ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବଡିବ ସେ ଉପରେ ଆଲୋଚନା ହୋଇଥିଲା। ପୋଖରୀବନ୍ଧ ଅଞ୍ଚଳବାସୀ ମଧ୍ୟ ପୁଲିସ ପାଖରେ ନିଜ ନିଜର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ପୋଖରୀବନ୍ଧ, କର୍ଲାକୁପା, ଦାର୍ପଟା, ବିନାୟକପୁର, ପୋଡ଼ାଉମେର, ମୁକୁନ୍ଦପୁର, ବେନି ପୋଖରୀ ଆଦି ଗାଁରୁ ଚାରି ଶହ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଏଥିରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ପରିଚାଳନା କରିଥିବା ବେଳେ ଏସଆଇ ରାଓ ଧନ୍ୟବାଦ ଦେଇଥିଲେ। ମେଲଘୁଟୁ ଓ ବିନାୟକ ପୁର ଗ୍ରାମବାସି ସହ ବିଶ୍ୱନାଥ ପୁର ଥାନାର କର୍ମଚାରୀ ମାନେ ସହଯୋଗ କରିଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.