ଗାଁ କଲ୍ଯାଣ ସମିତି ପକ୍ଷରୁ ରକ୍ତଦାନ ଶିବିର : ୨୬ ୟୁନିଟ୍ ରକ୍ତ ସଂଗ୍ରହ 

ବୀରମହାରାଜପୁର,୫/୩ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅର୍ନ୍ତଗତ କେନଝରିଆପାଲି ଗାଁ କଲ୍ଯାଣ ସମିତି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭ୍ଯା ଗାୟତ୍ରୀ ପାଣିଗ୍ରାହୀ ମୂଖ୍ଯ ଅତିଥି, ସ୍ଥାନୀୟ ସରପଞ୍ଚ ସନ୍ତୋଷ ପଧାନ, ଗାଁ କଲ୍ଯାଣ ସମିତି ଜିଲା ସଂଯୋଜକ ହିତେଶ ତ୍ରିପାଠୀ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ମହେନ୍ଦ୍ର ମିଶ୍ର ,ଉପଖଣ୍ଡ ଚିକିତ୍ସାଳୟର ଆୟୁଷ ଚିକିତ୍ସାକ ଡ. ପ୍ରକାଶ ମହାନ୍ତି, ଚିକିତ୍ସା ପରିଦର୍ଶକ ବିଶିକେଶନ ରଥ, ଗିରିଧାରୀ ସାହୁ ,ଓଡିଶା ରକ୍ତ ଦାତା ସଂଘର ମନୋଜ ପଣ୍ଡା, ଅଙ୍ଗନୱାଡି ପରିଦର୍ଶିକା ପଣତି ମିଶ୍ର, ସ୍ଵାସ୍ଥ୍ୟ କର୍ମୀ ଅଳକା ମହାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୋନପୁର ରକ୍ତଭଣ୍ଡାର କେନ୍ଦ୍ରର କର୍ମଚାରୀ ସତ୍ଯ ତାଣ୍ଡି, ଜଗତ ଦରୱାନ ଓ ଯୁଧିଷ୍ଠିର ନାଏକ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଶିବିରରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଗାଁ ସ୍ବାସ୍ଥ୍ୟ ସମୀକ୍ଷା ସଂଯୋଜକ ଅକୃର ନାଏକଙ୍କ ତତ୍ତ୍ବାବଧାନରେ ଗାଁ କଲ୍ଯାଣ ସମିତି ସଭାପତି ଗୀତାଞ୍ଜଳି କନଂ, ଆବାହିକା ଅମ୍ବିକା ବିଶି, ଆଶା କର୍ମୀ ମୈଥିଳୀ ମେଣ୍ଡିଲି, ସରସ୍ବତୀ ପଇତା, ସଭ୍ଯା ରୀନା ରଥ, ଗୁଣାସାଗର କନଂ, ବୀରେନ୍ଦ୍ର କ୍ଷେତି, ସଙ୍ଗିତା ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାପରିଚାଳନାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

ରୀନାରାଣୀ ପଣ୍ଡା, ଗିରିଧାରୀ ସାହୁ, ଗୋବିନ୍ଦ ପାଣିଗ୍ରାହୀ, ପବିତ୍ର ପଳତା, ନିରଞ୍ଜନ ପଧାନ, ଜଗନ୍ନାଥ ମେହର, ମଧୁସୂଦନ କ୍ଷେତି, ମନୋଜ ପଧାନ, ଗୁଣାସାଗର କନଂ, ଡ୍ୟୁପେ ସାହୁ, ପ୍ରଦିପ ପଧାନ,ତରଣୀସେନ ପଧାନ, ଧନମାଲୀ ହୋତା, ଚୈତନ୍ୟ ସାହୁ, ସମିତି ଦେହୁରି, ପବିତ୍ର କମ୍ପ ,ସୁଧାଂଶୁ ପଧାନ, ରାଜକୁମାର ବିଶ୍ବାଲ, ଯାଦବ ପଧାନ, ବିକାଶ ପଧାନ, ସଞ୍ଜିବ ନାଏକ, ବୀରେନ୍ଦ୍ର କ୍ଷେତି, ଗୌରି ପୂଜାରୀ ଓ ଝାସକେତନ ରଣା ପ୍ରମୁଖ ରକ୍ତ ଦାତା ମାନେ ରକ୍ତ ଦାନ କରିଥିଲେ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.