ମଣ୍ଡିରୁ ଉଠୁନି ଧାନ, ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଚାଷୀଙ୍କ ଆନ୍ଦୋଳନ

କୋକସରା,୧୧/୩ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ପୁଣି ଆନ୍ଦୋଳନରେ ଚାଷୀ । ମଣ୍ଡିରୁ ଧାନନ ଉଠିବା ଓ ଅଦିନିଆ ବର୍ଷାରେ ଧାନ ଭିଜି ଗଜା ହେବାକୁ ନେଇ ଆନ୍ଦୋଳନ କୁ ଓହ୍ଲାଇଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଡେଙ୍ଗାଗୁଡା ମଣ୍ଡି ର ଚାଷୀ । ଚାଷୀ ନେତା ଦିଗାମ୍ବର ଦୁରୀଆଙ୍କ ନେତୃତ୍ୱରେ ଆଜି (ବୁଧବାର) କୋକସରା ତହସିଲ କାର୍ଯ୍ୟାଳୟ ଆଗରେ ତାଲା ପକାଇ ଧାରଣାରେ ବସିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଡେଙ୍ଗାଗୁଡା ମଣ୍ଡିର ପ୍ରାୟ ୧୨୦ରୁ ଉର୍ଦ୍ଧ ଚାଷୀଙ୍କ ଟୋକନ ପଞ୍ଜିକରଣ ପରେ ମଧ୍ୟ ଉଭାନ ଯୋଗୁଁ ମଣ୍ଡିରେ ଧାନ ବିକ୍ରି କରି ପାରୀ ନ ଥିଲେ ଓ ହଠାତ୍ ମଣ୍ଡି ବନ୍ଦ ହୋଇ ଯାଇ ଥିଲା ବର୍ତ୍ତମାନ ଏବେ ପାଖ ପାଖି ୫୦୦୦ କୁଇଣ୍ଟାଲ ଧାନ ପଡି ରହି ବର୍ଷା ଯୋଗୁଁ ଭିଜୁଛି ‌। ସରକାର ତୁରନ୍ତ ଦୃଷ୍ଟି ଆକର୍ଷଣ କରି ଧାନ ନ ଉଠାଇଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ କୋକସରା ତହସିଲଦାର ମୌସମୀ ନାୟକ ପହଞ୍ଚି ଚାଷୀ ନେତା ଓ ଚାଷୀ ଙ୍କ ସହ ଆଲୋଚନା କରି ପ୍ରଶାସନ କୁ ଜଣାଇ ଶିଘ୍ର ଚାଷୀ ଙ୍କ ଧାନ ଉଠାଣ କରିବାକୁ ପ୍ରତିଶୃତି ଦେବା ପରେ ଚାଷୀ ଆନ୍ଦୋଳନରୁ ଓହରିଛନ୍ତି ‌।

Omkar Vasthu
Omkar Vasthu
କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ ଓଡ଼ିଆ ବାର୍ତା. In

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.