ସମ୍ବଲପୁର ଡିଭିଜନ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାସ୍ତାରୋକ

ଉଲୁଣ୍ଡା,୧୩ /୩ : ବିଭିନ୍ନ ସମସ୍ୟାକୁ ନେଇ ସମ୍ବଲପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଉଲୁଣ୍ଡା, ଜାଲୋଏ ଏବଂ ସିଂଢୋଲ ରେଞ୍ଜ କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଉଲୁଣ୍ଡା କଲେଜ ନିକଟ ସୋନପୁର-ସମ୍ବଲପୁର ରାସ୍ତାରେ ରାସ୍ତାରୋକ କରାଯାଇଛି । କେନ୍ଦୁପତ୍ର କର୍ମଚାରୀ ସଂଘର କର୍ମଚାରୀ ଓ ତୋଳାଳୀ,ବନ୍ଧେଇ ଶ୍ରମିକମାନେ ଧାରଣାରେ ବସିଥିଲେ ।କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାକୁ ସରକାର ମାନିନେବାକୁ ଦାବିପତ୍ର ରେ ଉଲ୍ଲେଖ ରହିଛି । ସିଜିନାଲ କର୍ମଚାରୀ ଓ ରାତ୍ର ଜଗୁଆଳି ମାନଙ୍କ ଦରମା ବର୍ଦ୍ଧିତ ହାରରେ ପ୍ରଦାନ, କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ଓ ସିଜିନାଲ କର୍ମଚାରୀ ମାନଙ୍କ ସାମାଜିକ ସୁରକ୍ଷା ଲାଗୁ କରିବା,କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ କରିବା,କେନ୍ଦୁପତ୍ର ତୋଳାଳୀ ମାନଙ୍କଠାରୁ ୨୦୦୦ କେନ୍ଦୁପତ୍ର କେରି ବଦଳରେ ୧୦୦୦ କେନ୍ଦୁପତ୍ର କେରି କରିବା ।କେନ୍ଦୁପତ୍ର ଫଡ଼ି ଓ ସେକ୍ସନ ଉଠା ନ ଯିବା ଓ ସିଜିନାଲ କର୍ମଚାରୀ ମାନଙ୍କର ଛୋଟେଇ ବନ୍ଦ କରିବା ଆଦି ଦାବିରେ ରାସ୍ତାରୋକ କରାଯାଇଥିଲା ।

ଏଥିରେ ଅଜିତ ଗାଇଗରିଆ,ରମେଶ ମାହାର,ସିତାରମ ଭୋଇ,ସତ୍ୟଜିତ ଗଡୁଆ, ହିମାଂଶୁ ପୁରୋହିତ,ହିମାଂଶୁ ସେଠି,ମାର୍କଣ୍ଡ ପଧାନ ସମେତ ବହୁ କେନ୍ଦୁପତ୍ର କର୍ମଚାରୀ, ତୋଳାଳୀ ଓ ବନ୍ଧେଇ ଶ୍ରମିକ ଓ ଶ୍ରମିକ ନେତା ସାମିଲ ଥିଲେ । ଏହି ରାସ୍ତାରୋକ ସକାଳ ୧୦ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ହୋଇଥିଲା । ଫଳରେ ସୋନପୁର ସମ୍ବଲପୁର ରାସ୍ତାରେ ଶହ ଶହ ଯାନବାହନ ଉଭୟ ପାର୍ଶ୍ୱରେ ଅଟକି ରହିବ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଘଟଣା ସ୍ଥଳକୁ ସୋନପୁର ଏସପି ଶ୍ରୀଯୁକ୍ତ ଦେବୀପ୍ରସାଦ ଦାସ ଏବଂ ଉଲୁଣ୍ଡା ଆଇଆଇସି ଶ୍ରୀଯୁକ୍ତ ବିଧୁଭୁସଣ ପୁଟା ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଦାବି ଗୁଡିକୁ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବା ବୋଲି ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା । ପ୍ରକାଶ ଥାଉ କି ଏହି ସବୁ ଦାବି ପୂରଣ ପାଇଁ କିଛି ଦିନ ପୂର୍ବରୁ ଏମାନେ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ମାନଙ୍କ ଆଗରେ ଧାରଣାରେ ବସିଥିଲେ ।

ଉଲୁଣ୍ଡାରୁ ଶାନ୍ତନୁ କୁମାର କର୍ଣ୍ଣଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.