ମୂର୍ଚ୍ଛନା ସାହିତ୍ୟ ସଂସଦର ବସନ୍ତ କବିତା ଆସର

ଜୁନାଗଡ଼,୧୧/୩(ରାକେଶ ବେମାଲ): ସ୍ନେହ, ପ୍ରେମ, ସମୃଦ୍ଧି ଓ ଭାତୃତ୍ୱର ପର୍ବ ହୋଲି ଉପଲକ୍ଷେ ମୂର୍ଚ୍ଛନା ସାହିତ୍ୟ ସଂସଦ ତରଫରୁ ଜୁନାଗଡ଼ ସହରର ବିଶିଷ୍ଟ ବ୍ୟବସାୟୀ ତଥା କବି ଉଦ୍ଧବ ଚରଣ ସାହୁ ଆବାହନରେ ସ୍ଥାନୀୟ ବୁଢ଼ୀପଦର ସ୍ଥିତ ବିଜ୍ଞାନ ପ୍ରସାର ଭବନଠାରେ ବସନ୍ତ କବିତା ଆସର ଆୟୋଜିତ ହୋଇଯାଇଛି।

Omkar Vasthu
Omkar Vasthu

ଏଥିରେ ମୂର୍ଚ୍ଛନା ସାହିତ୍ୟ ସଂସଦର ସଭାପତି କୈଳାସ ଚନ୍ଦ୍ର ରାଉତ, ବରିଷ୍ଠ କବି ରମେଶ ଚନ୍ଦ୍ର ନାୟକ, ସଂସଦର ଉପଦେଷ୍ଟା ଉଦ୍ଧବ ଚରଣ ସାହୁ, ମା’ ସର୍ବ ମଙ୍ଗଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ପ୍ରମୁଖ ଅତିଥି ଭାବେ ମଂଚାସୀନ ଥିଲେ। କବିତାଗୁଡ଼ିକୁ କବି ଭାଗୀରଥି ସାଗର ଓ ସୁଜାତା ସାହୁ ସଂଯୋଜନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

କବି ନରେନ୍ଦ୍ର ଧଙ୍ଗଡ଼ାମାଝୀ, ସଂଜୀବ ଦାସ, ନବଘନ ସାହୁ, ବ୍ରଜକିଶୋର ମିଶ୍ର, ବିବେକ ସୁନାନୀ, ନିରଞ୍ଜନ ସାହାଣୀ, ଦାମୋଦର ବେହେରା ପ୍ରମୁଖ ପଚାଶରୁ ଉର୍ଦ୍ଧ୍ବ କବି ଓ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ସୁଜାତା ସାହୁ ଧନ୍ୟବାଦ ଦେଇ ଆସରକୁ ସାଙ୍ଗ କରିଥିଲେ।

Udyog Nursery
Udyogi Nursery

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.