ଦୁଇ କରୋନା ସନ୍ଦିଗ୍ଧ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗିର,୧୩/୩ : କାନାଡାରେ ରହୁଥିବା ଟିଟିଲାଗଡର ଏକ ଦମ୍ପତ୍ତି କିଛି ଦିନ ତଳେ ଏକ ସାମାଜିକ କାମରେ ଯୋଗ ଦେବା ପାଇଁ ଟିଟିଲାଗଡକୁ ଆସୁଥିଲେ। ସେମାନେ ନିଶ୍ୱାସ ନେବାରେ ଟିକିଏ କଷ୍ଟ ଅନୁଭବ କରିବାରୁ ତାଙ୍କୁ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଆଜି ଟିଟିଲାଗଡରୁ ବଲାଙ୍ଗିରକୁ ଅଣାଜାଇଛି। ବଲାଙ୍ଗିରର କାଜୁଆଲଟିରେ ପ୍ର।ଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ କରୋନା ଆଇସୋଲେସନ ୱଡରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଟିମ ସେମାନଙ୍କ ପରୀକ୍ଷା ନୀରିକ୍ଷା ଆରମ୍ଭ କରିଦେଇଛନ୍ତି। ସେମାନଙ୍କ ନିଶ୍ୱାସ ନେବାରେ ସାମାନ୍ୟ କଷ୍ଟ ହେଉଥିବା ବେଳେ, ଅନ୍ୟ କୌଣସି ସିମଟମ ଦେଖାଜାଉନଥିବା ଚିକିତ୍ସା କରିଥବା ଡାକ୍ତର କହିଛନ୍ତି। ତଥାବି ସେମାନଙ୍କ ପରୀକ୍ଷା କଲାପରେ ସନ୍ଦେହ ହେଲେ, ତାଙ୍କର ରକ୍ତ ଏବଂ କଫ ନମୁନା ପରୀକ୍ଷା କରିବା ପାଇଁ ଭୁବନେଶ୍ବର 

ପଠାଯିବ ବୋଲି ଡାକ୍ତର କହିଛନ୍ତି। ଅନ୍ୟ ପଟେ ଯେହେତୁ, ଏ ପର୍ଯ୍ୟନ୍ତ କୌଣସି କରେ।ନା ପଜିଟିଭ ଆସିନାହିଁ, ତେଣୁ ଲୋକେ ଭୟଭିତନ ହେବା ପାଇଁ ଅନୁରୋଧ କରିଛନ୍ତି
ହସ୍ପିଟାଲର ଅଧକ୍ଷକ ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

__________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.