ସୋଲାର ପମ୍ପ ଅଚଳ ଯୋଗୁଁ ହନ୍ତସନ୍ତ ହେଉଥିଲେ ହଷ୍ଟେଲ ଛାତ୍ରୀ : ମାସେ ପରେ ସ୍ବଭାବିକ ହେଲା ଜଳ ଯୋଗାଣ

ଲାଞ୍ଜିଗଡ଼,୧୪/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଛତ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଜନଜାତି ଛାତ୍ରୀ ନିବାସରେ ଛାତ୍ରୀମାନେ ଜଳ କଷ୍ଟ ଭୋଗୁଥିଲେ । ସୋଲାର ଦ୍ୱାରା ପାଣି ଯୋଗାଉଥିବା ମୋଟର ଖରାପ ଯୋଗୁଁ ହଷ୍ଟେଲ ଛାତ୍ରୀ ମାନେ ମାସେ ଧରି ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଦାଇତ୍ୱରେ ଥିବା ବ୍ଲକ ଓ ଜିଲ୍ଲା ସ୍ତରକୁ ଜଣାଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଅଭିଯୋଗ ମୁତାବକ ଆଜିକି ୧ ମାସରୁ ଉର୍ଦ୍ଧ ହେବ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସରେ ସୋଲାର ଦ୍ବାରା ପାଣି ଉଠାଉ ଥିବା ମୋଟର ଅଚଳ ହୋଇ ପଡ଼ିଥିବା ଯୋଗୁଁ ଛାତ୍ରୀ ମାନେ ହଷ୍ଟେଲ ଠାରୁ ବାହାରକୁ ଆସି ନଳକୂପରୁ ପାଣି ନେଇ ପାନିୟ ଜଳ, ଗାଧୋଇବା ଓ ଶୌଚାଳୟ ପାଇଁ ବ୍ୟବହାର କରୁଥିବା ବେଳେ ସ୍କୁଲ ପରିସରରେ ପାଚିରି ନଥିବା ଯୋଗୁଁ ଛାତ୍ରୀ ଅସୁରକ୍ଷିତ ଭାବେ ରହିଛନ୍ତି । ଏପଟେ ନଳକୂପରୁ ଠିକ ପରିମାଣରେ ପାଣି ବାହାରୁ ନଥିବା ଯୋଗୁଁ ଛାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ହଷ୍ଟେଲରେ ଥିବା ଶୌଚାଳୟ ମାନଙ୍କଠାରେ ପାଣିର ବ୍ୟବହାର କମ ଯୋଗୁଁ ହଷ୍ଟେଲ ଭିତରେ ର୍ଦୁଗନ୍ଧ ହେଉଥିବା ବେଳେ ବହୁ କଷ୍ଟରେ ଛାତ୍ରୀ ରହୁଥିବା ଜଣାପଡିଛି। ଏନେଇ ବ୍ଲକ ଡବ୍ଲୁଇଓ ପଙ୍କଜ ବଳିଆର ସିଂଙ୍କୁ ପଚାରିବାରୁ – ମୁଁ ଛତ୍ରପୁର ଛାତ୍ରୀ ନିବାସକୁ ଯାଇଥିଲି ସୋଲାର ପମ୍ପରେ ଲାଗିଥିବା ମୋଟରଟି ପୋଡି ଯାଇଥିଲା। ଯାହା ଫଳରେ ପାଣି ବାହାରୁ ନ ଥିଲା। ବର୍ତ୍ତମାନ ସେହି ମୋଟର କାଢି ନୂଆ ମୋଟର ଲଗାଇ ଇଲେକ୍ଟ୍ରିରେ ସଂଯୋଗ କରାଯିବା ଫଳରେ ପାଣି ବାହାରିଲା । ଏବେ ଆଉ କୌଣସି ଅସୁବିଧା ନାହିଁ ବୋଲି ପ୍ରକାଶ କରିଥିଲେ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.