ଅପ୍ରେଲ ୧୩ରେ ଯୁଗଯାତ୍ରୀ ସାହିତ୍ୟ ସଂସଦର ବିଷୁବ ମିଳନ

ଆୟୋଜିତ ହେବ ସାହିତ୍ୟ ସଭା ତଥା ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ

କଳାହାଣ୍ଡି,୧୫/୩ : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ବିଷୁବ ମିଳନ ଆସନ୍ତା ଅପ୍ରେଲ ୧୩ରେ ମହାସମାରୋହରେ ପାଳନ କରାଯିବ । ଏ ନେଇ ଆଜି ସଂସଦ ସଭାଗୃହରେ ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହେଇଥିଲା । ଏଥିରେ ସଂପାଦକ ହେମନ୍ତ ସାହୁ ସ୍ୱାଗତ ଅଭିଭାଷଣ ତଥା ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ । ନିଷ୍ପତିକ୍ରମେ ଆସନ୍ତା ଅପ୍ରେଲ ୧୩ତାରିଖ ସୋମବାର ଦିନ ଅପରାହ୍ଣ ୫ଘଂଟା ସମୟରେ ବିଷୁବି ମିଳନ, ସାହିତ୍ୟ ସଭା ତଥା ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ।

ଆଜିର ପ୍ରସ୍ତୁତି ବୈଠକ ଅବସରରେ ଶିକ୍ଷକ ଦିବାକର ସାହୁ ଯୁଗଯାତ୍ରୀ ସାହିତ୍ୟ ସଂସଦ ପାଠାଗାରକୁ କିଛି ପୁସ୍ତକ ଉପହାର ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଉଦୟ ନାୟକ, ବରିଷ୍ଠ ସଦସ୍ୟ ପରମାନନ୍ଦ ବିଶି, ସୁଶାନ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ମାନସ ରଂଜନ ପ୍ରହରାଜ, କୀର୍ତ୍ତନ ଘିଭେଲା, ରାମେଶ୍ୱର ପ୍ରସାଦ ସାହୁ, ଯୋଗୀମତ ଜାଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in
__________________________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.