COVID-19: ହୋମ୍ ଆଇସୋଲେସନରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

ଭୁବନେଶ୍ୱର,୧୮/୩: ବିଦେଶରୁ ଆସୁଥିବା ବ୍ୟକ୍ତିମାନେ ଓଡିଶା ପହଂଚିବାର ୨୪ଘଣ୍ଟା ମଧ୍ୟରେ ନିଜ ନାମ ପଞ୍ଜିକୃତ କରିବା ସହ ହୋମ୍ ଆଇସୋଲେସନରେ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଫିସିଆଲ୍ କୋଭିଡ୍-୧୯ ପୋର୍ଟାଲରେ ନିବେଦନ କରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଞ୍ଜିକୃତ କରିଛନ୍ତି।

Omkar Vasthu
Omkar Vasthu

ବିଦେଶରୁ ଆସିବା ପରେ ତାଙ୍କ ନାଁ ସରକାରୀ ୱେବସାଇଟରେ ପଞ୍ଜୀକରଣ କରାଯାଇଛି ଏବଂ ସେ ନବୀନ ନିବାସରେ ହୋମ୍ ଆଇସୋଲେସନରେ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଏହା ଜଣାଇଛନ୍ତି। ବିଦେଶରୁ ଓଡ଼ିଶା ଆସିଥିବା ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍-୧୯ ପୋର୍ଟାଲରେ ପଞ୍ଜୀକୃତ କରିବା ସହ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଏହି ମାଧ୍ୟମରେ ତଥ୍ୟ ଦେଲେ ସମସ୍ତେ ସୁରକ୍ଷିତ ରହିପାରିବେ ବୋଲି ନବୀନ ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଓଡ଼ିଶାବାସୀଙ୍କୁ ଅପିଲ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଦେଶରୁ ଓଡ଼ିଶାକୁ ଆସୁଥିବା ନିଜର ପରିଜନ ଓ ବନ୍ଧୁବ‌ାନ୍ଧବଙ୍କୁ ପଞ୍ଜୀକୃତ କରାନ୍ତୁ। ଏହା ଓଡ଼ିଶାକୁ କରୋନାଭାଇରସ୍ ସଂକ୍ରମଣରୁ ରକ୍ଷା କରିବ।

ଗତକାଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆମେରିକାରୁ ଓଡ଼ିଶା ଫେରି ସ୍ବେଚ୍ଛାକୃତ ଭାବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରି ନିଜର ଓ ପରିବାରର ପଞ୍ଜୀକରଣ କରିଥିଲେ। ସେହିପରି ଆଇଏଏସ୍ ଭିନିଲ୍ କ୍ରିଷ୍ଣା ମଧ୍ୟ ବିଦେଶରୁ ଫେରି ନିଜର ପଞ୍ଜୀକରଣ କରାଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା (୭୭) ଆମେରିକାରେ ରହନ୍ତି ଓ ପ୍ରତିବର୍ଷ ମାର୍ଚ୍ଚ ମାସରେ ତାଙ୍କ ପିତା ସ୍ବର୍ଗତ ବିଜୁବାବୁଙ୍କ ଘରକୁ ଆସିଥାନ୍ତି।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.