କରୋନା ଭୂତାଣୁ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି,୧୯/୩ : ସାରା ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ ଭୟାବହତାକୁ ଦୃଷ୍ଟିରେ ରଖି ଆଜି ମ.ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ତହସିଲଦାର ସୟଦ ଇସାକ ମଦିନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ବିଡ଼ିଓ ରୁମାନା ଜାଫ୍ରି ଏବଂ ବ୍ଲକ ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା ମଂଚାସୀନ ଥିଲେ । କରୋନା ଭୂତାଣୁର ବିଭିନ୍ନ କ୍ରିୟାକଳାପ ସହିତ ଏଥିରୁ ନିଜକୁ କିଭଳି ଭାବରେ ରକ୍ଷା କରାଯାଇ ପାରିବ ଏବଂ ଏନେଇ ପ୍ରଶାସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା । କୌଣସି ସ୍ଥାନରେ ଦଳଗତ ହୋଇ ରୁଣ୍ଡ ନହେବା,ବାହାର ରାଜ୍ୟରୁ ଆସୁଥିବା ଦାଦନଙ୍କୁ ପରୀକ୍ଷା କରାଇବା, ସଭା,ସମିତି, ଉତ୍ସବରୁ ନିଜକୁ ଦୂରେଇ ରଖିବା, ପଂଚାୟତ ମାନଙ୍କରେ ଆବାସ ପାଇଁ ଘର ପ୍ରସ୍ତୁତ ରଖିବା,ତିନି ମାସର ରାସନ ଓ ଚାରିମାସର ଭତ୍ତା ପ୍ରଦାନ କରିବା ଭଳି ବିଭିନ୍ନ ପଦକ୍ଷେପ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ମ.ରାମପୁରର ବିଭିନ୍ନ ସଂଘ, ଅନୁଷ୍ଠାନ,ବ୍ୟକ୍ତି ବିଶେଷ ଯୋଗଦେଇ ନିଜ ନିଜର ଅଭିମତ ପ୍ରଦାନ କରିଥିବାବେଳେ ଜିଳ୍ଲାପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ,ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ, ଚିକିତ୍ସାଧିକାରୀ ଡ଼ାକ୍ତର ସୁଧୀର କୁମାର ଦୀପ, ବିଇଓ ଗଣେଷ କିସାନ,ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ପୂର୍ବତନ ସରପଂଚ ବିଭୂତି ଭୂଷଣ ମହାଖୁଡ଼, ଓକିଲ ସଂଘ ସଭାପତି ସପନ କୁମାର ପଟ୍ଟନାୟକ, ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ସୁନୀତା ତାଣ୍ଡି,ଆଇସିଡ଼ିଏସ ସୁପରଭାଇଜର ଅଞ୍ଜଳୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ସୁଚିନ୍ତିତ ମତ ଦେଇଥିଲେ । ଏଥି ସହିତ ଆଜି ମ.ରାମପୁର ବ୍ଲକର ସମସ୍ତ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା କରାଯାଇଥିବା ଜଣାଯାଇଛି ।

Omkar Vasthu
Omkar Vasthu
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

__________________________________________

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.