ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସମୃଦ୍ଧ ପତ୍ରିକା ‘ରେବତୀ’ର ମାର୍ଚ୍ଚ ସଂଖ୍ୟା ପ୍ରକାଶିତ

● ବିବିଧ ପ୍ରସଙ୍ଗ ଓ ଦ୍ୱି-ପ୍ରଚ୍ଛଦ ପାଲଟିଲା ମୁଖ୍ୟ ଆକର୍ଷଣ

● ଆରମ୍ଭ ହେଲା ବାର୍ଷିକ ଗ୍ରାହକ ଯୋଜନା

ବାଲେଶ୍ୱର,୧୯/୦୩(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): କଥାସମ୍ରାଟ୍ ଫକୀରମୋହନ ସେନାପତିଙ୍କ ମାଟିରୁ ପ୍ରକାଶ ପାଉଥିବା ମାସିକ ପାରିବାରିକ ଫିଚରଧର୍ମୀ ପତ୍ରିକା ‘ରେବତୀ’ର ମାର୍ଚ୍ଚ ୨୦୨୦ ସଂଖ୍ୟା ଇତିମଧ୍ୟରେ ବଜାରକୁ ଆସିଛି। ରେବତୀ ମିଡିଆ ହାଉସ୍ ପ୍ରା.ଲିଃ. କର୍ତ୍ତୃକ ପ୍ରକାଶିତ ଏବଂ ସୁବାସିନୀ ଜେନାଙ୍କ ସମ୍ପାଦିତ ‘ରେବତୀ’ ପତ୍ରିକା ଇତିମଧ୍ୟରେ ସମଗ୍ର ଓଡ଼ିଶାର ଗୁଣଗ୍ରାହୀ ପାଠକଙ୍କ ପାଖରେ ଆଦୃତ ହେବା ସହିତ ଏଥିରେ ପ୍ରକାଶିତ ବିଭିନ୍ନ ପ୍ରସଙ୍ଗ-ଭିତ୍ତିକ ଫଟୋ-ଫିଚର ଗୁଡିକ ପତ୍ରିକାଟିକୁ ଅନ୍ୟ ପତ୍ରିକା ଠାରୁ ଭିନ୍ନ ଓ ଅନନ୍ୟ କରିପାରିଛି ବୋଲି ଏକ ପାଠକ ସର୍ବେକ୍ଷଣରୁ ଜଣାପଡିଛି। ଓଡ଼ିଶାର ନଦନଦୀ, ଖାଦ୍ୟ-ସଂସ୍କୃତି, ବିଶ୍ୱବିଦ୍ୟାଳୟ, ସଂସ୍କୃତି, ଇତିହାସ, ଭାଷାସାହିତ୍ୟ, ଅଖ୍ୟାତ ଗାଁ ଏବଂ ପରମ୍ପରାକୁ ପ୍ରାଧାନ୍ୟ ଦେଇ ଏହି ପତ୍ରିକାଟି ତାର ଜୟଯାତ୍ରା ବଜାୟ ରଖିପାରିଛି। ଚଳିତ ମାର୍ଚ୍ଚ ସଂଖ୍ୟାଟି ଦୋଳ ଉତ୍ସବ ଏବଂ ହୋଲି ଉପଲକ୍ଷେ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ନାନା ପ୍ରକାର ଫିଚର୍ ଏବଂ ଜାଣିବା କଥାମାନ ପ୍ରକାଶିତ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥରର ପ୍ରଚ୍ଛଦରେ ଦୂରଦର୍ଶନ ଉପସ୍ଥାପିକା ତଥା ଅଭିନେତ୍ରୀ ଆର.ଜେ.ଗୁଡ୍ଡି ରହିଥିବା ବେଳେ ‘ଦ୍ୱି-ପ୍ରଚ୍ଛଦ’ରେ ସାମ୍ବାଦିକତାର ଛାତ୍ରୀ ମନସ୍ବିନୀ ମିଶ୍ର ହୋଲିର ମୁଦ୍ରାରେ ବେଶ୍ ଅାକର୍ଷଣୀୟ ଭଙ୍ଗୀ ଦେଇ ପାରିଛନ୍ତି। ଏହାବ୍ୟତୀତ ଏଥର ‘ମାନନୀୟେଷୁ’ରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ଜୀବନଚର୍ଯ୍ୟା ଓ ସାରସ୍ବତ ସାଧନା ସମ୍ପର୍କରେ ଅାଲେଖ୍ୟ ବାଢ଼ିଛନ୍ତି ଆମ ସମୟର ଗାଳ୍ପିକା ଲକ୍ଷ୍ମୀ ଚାନ୍ଦ। ଫିଚର୍ ଲେଖକ ବିଜୟ କୁମାର ମହାନ୍ତି ‘ପର୍ବପର୍ବାଣି’ କ୍ରମରେ ଦୋଳବିମାନର ଅାଲେଖ୍ୟ ବାଢ଼ିଥିବା ବେଳେ ଏ ମାସରେ ବାରୁଣୀସ୍ନାନ ପଡ଼ୁଥିବାରୁ ନାରାୟଣ ରାଉତରାୟଙ୍କ ‘ବୈତରଣୀରେ ବାରୁଣୀସ୍ନାନ’ ଉପସ୍ଥାପନାଟି ବେଶ୍ ସମୟୋପଯୋଗୀ ହୋଇପାରିଛି। ଏହାଛଡ଼ା ‘ଶିକ୍ଷାୟତନ’ ବିଭାଗରେ ଜର୍ମାନୀର ପ୍ରସିଦ୍ଧ ଅାଖେନ୍ ୟୁନିଭରସିଟି ସମ୍ପର୍କରେ ସୌରଭ ରଂଜନ ମହାପାତ୍ର, ‘ଇଟାଲୀରେ ଭୁବନେଶ୍ୱରର ଅପ୍ସରା’ ସମ୍ପର୍କରେ ଡାକ୍ତର ନୀଳମାଧବ କରଙ୍କ ପ୍ରତିବେଦନ, ଖାଦ୍ୟ-ସଂସ୍କୃତି ବିଭାଗରେ ଅବଦୁଲ ଓସିଦ୍ ଖାଁଙ୍କ ଉପସ୍ଥାପନାରେ ‘ଛେନାଝିଲିର ଏନ୍ତୁଡ଼ିଶାଳ’, ‘ମୋ ବାପା’ କ୍ରମରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ବାଗଙ୍କ ସମ୍ପର୍କରେ ତାଙ୍କ ସୁପୁତ୍ର ରଂଜନ ବାଗଙ୍କ ଅାବେଗଭିଜା ଅାଲେଖ୍ୟ ତଥା ‘କବାଟ ନଥିବା ଗାଁ’ ସମ୍ପର୍କରେ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତିଙ୍କ ପ୍ରତିବେଦନ ନିଶ୍ଚିତ ଭାବରେ ପାଠକୀୟ ଅାବେଦନ ସୃଷ୍ଟି କରିବ।

Udyog Nursery
Udyogi Nursery

‘ରେବତୀ’ ପତ୍ରିକା ବାଲେଶ୍ୱରରୁ ପ୍ରକାଶ ପାଉଥିଲେ ମଧ୍ୟ ଏହା ସମଗ୍ର ଓଡ଼ିଶାର ଦର୍ପଣ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଏହାର ସମ୍ପାଦିକା ଶ୍ରୀମତୀ ସୁବାସିନୀ ଜେନା କହିଛନ୍ତି। ଏହା ସହିତ ଏହି ସଂଖ୍ୟାରେ ସାହିତ୍ୟ ବିଭାଗରେ ରହିଛି ଗାଳ୍ପିକ ଉଦୟ ନାରାୟଣ ଦାସ ଓ ରାଜେନ୍ଦ୍ର ରାଉଳଙ୍କ ଦୁଇଟି ଚମତ୍କାର ଗଳ୍ପ, କବିତାରେ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ହେମନ୍ତ ମହାନ୍ତି, ଡକ୍ଟର କମଳାକୃଷ୍ଣ ତ୍ରିପାଠୀ, ଶୁଭେନ୍ଦୁ ଦାସ, ରକ୍ଷକ ନାୟକ, କମଳିନୀ କାସ୍ତ, ତପନ ପଟ୍ଟନାୟକ ଓ ସୌଭାଗ୍ୟବନ୍ତ ମହାରଣାଙ୍କ କବିତା ନିଶ୍ଚିତ ଭାବରେ ପାଠକମାନଙ୍କୁ ଭଲ ଲାଗିବ। ଏଥିରେ ମହିଳାମାନଙ୍କ ରୁଚିକୁ ଅଗ୍ରାଧିକାର ଦିଅାଯାଇ ପ୍ରକାଶ ପାଇଛି ବିଭିନ୍ନ ପ୍ରକାର ଦେଶୀବିଦେଶୀ ବ୍ୟଞ୍ଜନର ପସରା। ସେଗୁଡ଼ିକୁ ଲେଖିଛନ୍ତି ଚୈତାଳୀ ଖିଲାର, ଅନୁରାଧା ସିଂହ, ସୁରସ୍ମିତା ମେହେର, ବ୍ରତତୀ ପ୍ରିୟଦର୍ଶିନୀ, ଶୁଭଶ୍ରୀ ମହାପାତ୍ର ।

ସେହିପରି ‘ଫ୍ୟାଶନ’ରେ ସ୍ନିଗ୍ଧା ତ୍ରିପାଠୀଙ୍କ ଫ୍ୟୁଜନ୍ ଓ୍ୱାର୍କ ସମ୍ପର୍କୀୟ ସୂଚନା ଏବଂ ‘ଚଳଚ୍ଚିତ୍ର’ ବିଭାଗରେ ଓଡିଆ ହୀରୋ ସ୍ବରାଜଙ୍କ ସହିତ ସାକ୍ଷାତକାର ପାଠକମାନଙ୍କୁ ମନୋରଂଜନର ଖୋରାକ ଯୋଗାଇବ। ନିୟମିତ ବିଭାଗରେ ସରୋଜିନୀ ଷଡ଼ଙ୍ଗୀଙ୍କ ‘ସ୍ବାସ୍ଥ୍ୟ ଚର୍ଚ୍ଚା’, ହରପ୍ରସନ୍ନ ଦାସଙ୍କ ‘ଗୃହ ସମସ୍ୟା’, ‘ବାସ୍ତୁବିଚାର’ ଓ ସ୍ନିଗ୍ଧା ତ୍ରିପାଠୀଙ୍କ ‘ଆଇନକାନୁନ’ ଇତ୍ୟାଦି ଏହି ପତ୍ରିକାର ଏକ ଏକ ଲୋକପ୍ରିୟ ବିଭାଗ। ସମ୍ପୂର୍ଣ୍ଣ ରଙ୍ଗୀନ ମୁଦ୍ରଣ ପରିପାଟୀରେ ପ୍ରକାଶିତ ଏହି ପତ୍ରିକାଟି ୧୦୮ ପୃଷ୍ଠାର ହୋଇଥିବା ବେଳେ ଏହାର ମୂଲ୍ୟ ୫୦ଟଙ୍କା ରଖାଯାଇଛି। ଏହାର ବାର୍ଷିକ ଗ୍ରାହକ ଯୋଜନା ଏହି ମାସ ଠାରୁ ଆରମ୍ଭ ହୋଇଛି। ପାଠକମାନେ ଏହାର ନେବାକୁ ପତ୍ରିକା ପକ୍ଷରୁ କୃଷ୍ଣ କୁମାର ମହାନ୍ତି ଅନୁରୋଧ କରିଛନ୍ତି।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.