ମାନୁ ନାହାନ୍ତି ଲୋକେ ଲକଡାଉନ୍ ନିୟମ

ପୋଲିସ ପେଟ୍ରୋଲିଂ ଦିନବେଳା ବି କଡାକଡି ହେବା ଉଚିତ

Omkar Vasthu
Omkar Vasthu

ରାୟଗଡ,୨୭/୩ : କୋଭିଡ-୧୯ ବା କରୋନା ସଂକ୍ରମଣ ଭୂତାଣୁର ନାଁ ଶୁଣିଲେ ଏବେ ସମସ୍ତଙ୍କ ମନରେ ଛାନିଆ ପଶିଯାଉଛି । ଭାରତରେ ଏବେ ୭୨୭ଟି କରୋନା ମାମଲା ଥିବାବେଳେ କରିସାରିଥିବା ବେଳେ ୧୬ଜଣ ଏଥିରେ ମୃତ୍ୟୁ ବରଣ କଲେଣି । ସରକାର ଆଗୁଆ ପଦକ୍ଷେପ ନେଇ କରୋନା ଭୂତାଣୁ ସଂକ୍ରମଣକୁ ବିଚ୍ଛିନ୍ନ କରିବା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରିଦିଆଯାଇଥିବା ବେଳେ ଏହାକୁ କଡାକଡା ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ରାଜ୍ୟବାସୀଙ୍କୁ ନିବେଦନ କରୁଛନ୍ତି । ଲକଡାଉନ ଘୋଷଣାକୁ ଅବମାନନା କଲେ ଅପରାଧିକ ମାମଲା ରୁଜୁ ହେବ ବୋଲି ଜିଲ୍ଳା ଏସ.ପି.ଡାକ୍ତର ଶର୍ବଣା ବିବେକ ଏମ. ଜିଲ୍ଳାବାସୀଙ୍କୁ ଗଣମାଧ୍ୟମ ଦ୍ୱାରା ଜଣାଇଥିବା ବେଳେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା କଡାକଡି ଭାବେ ଏହି ନିୟମକୁ ପାଳନ କରାଯିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ପୋଲିସ ସହ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାୟଗଡ ସହରରେ ଲୋକେ ସଚେତନ ହୋଇ ସର୍ତକତା ଅବଲମ୍ବନ କରୁଥିଲେ ମଧ୍ୟ ଘରେ ନ ରହି କୈାଣସି ନା କୈାଣସି କାମ ବାହନାରେ ରାସ୍ତା ଉପରେ ବୁଲୁଥିବାରୁ ଦେଖିବାକୁ ମିଳୁଛି । ବିଶେଷ କରି ସାମାଜିକ ଦୂରତା ବଜାୟ ରଖିବା ନିୟମକୁ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି । ଏପରିକି ରାୟଗଡ ସହରରେ ସକାଳ ୭ଟାରୁ ହିଁ ଲୋକେ ପରିବା କିଣିବା, ଆମିଷ ବଜାର ଯିବା, ଗ୍ରୋସେରୀ ଦୋକାନ ଯିବା ଓ ମେଡିକଲ ଯିବା ଆଦି ନାମରେ ବାଇକ ଓ ଚାରି ଚକିଆ ଗାଡି ଧରି ରାସ୍ତା ଉପରେ ବିନା ଭୟରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ତେବେ ରାୟଗଡ ଜିଲ୍ଳା ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଉଥିଲେ ମଧ୍ୟ ବେଫିକର ଭାବେ ଜନସାଧାରଣ ବୁଲାବୁଲି କରୁଛନ୍ତି । ଟାଉନ ଥାନା ପୋଲିସ ସହ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ଅଧିକାରୀମାନେ ସଂଧ୍ୟା ସମୟରେ ପେଟ୍ରୋଲିଂ କରି ଅଯଥାରେ ଘରୁ ବାହାରି ବୁଲୁଥିବା ଲୋକମାନଙ୍କୁ ତାଗିଦ କରିବା ସହ ମେଡିକଲ ଷ୍ଟୋର, ଗ୍ରୋସେରୀ ଦୋକାନ ଗୁଡିକରେ ସାମାଜିକ ଦୂରତାକୁ ମାନି ଚଳିବା ପାଇଁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଉଥିଲେ ମଧ୍ୟ ଅମାନିଆ ଲୋକଙ୍କୁ ବାଧ୍ୟ ହୋଇ ପୋଲିସ ମାଡ ମାରି ଘରକୁ ଯିବାକୁ କହୁଥିବା ବେଳେ ଦିନ ବେଳେ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହୁଏତ ଅତ୍ୟାବଶକୀୟ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସମସ୍ୟା ନେଇ ମେଡିକଲକୁ ଯାଉଥିବା ଲୋକଙ୍କ ଛଡା ଆଉ କେହି ଦୀର୍ଘ ସମୟ ଧରି ବାହାରେ ନ ବୁଲିଲେ ଏହି ଲକଡାଉନ କରିବାର ପ୍ରକୃତ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରୁଛନ୍ତି । ସରକାର ବିଭିନ୍ନ ମାଧ୍ୟମରେ ଘରୁ ନ ବାହାରିବା ପାଇଁ ପ୍ରଚାର ପ୍ରସାର କରୁଥିଲେ ମଧ୍ୟ ସଚେତନ ନାଗରିକମାନେ ଅଶିକ୍ଷିତର ପରିଚୟ ଦେଉଥିବା ନେଇ ଚର୍ଚ୍ଚା ହେଉଛି ।

Pearl dental clinic
Near Ashish Medical Store, Bhawanipatna
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ OdiaBarta.in

_____________________________________

Udyog Nursery
Udyogi Nursery

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.