ବଲାଙ୍ଗିର,୨୯/୩ : କରୋନା ସଂକ୍ରମଣକୁ ରୋକିବାପାଇଁ ଦେଶରେ ଲକଡାଉନ ଜାରି ରହିଛି । ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ରକ୍ତଦାନ ଶିବିର ଗୁଡିକ ଆଯୋଜନ କରି ହୋଉନାହିଁ । ଯାହାଫଳରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି । ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ରକ୍ତ ଅଭାବ ଯୋଗୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ବଲାଙ୍ଗିର ୟୁଥ ଏକ୍ସନ କମିଟୀର ସଭାପତି ବିନୋଦ କୁମାର କାଲସାଏ ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ଆଗେଇ ଆସିଛନ୍ତି । ଯେଉଁ ରୋଗୀମାନେ ରକ୍ତ ଅଭାବ ଯୋଗୁ ହଇରାଣ ହେଉଛନ୍ତି ସେମାନଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାତା ମାନଙ୍କୁ ଆଣି ସହାୟତା କରୁଥିବାରୁ ଅନେକ ଲୋକ ଏହି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ସ୍ବେଚ୍ଛାକୃତ ରକ୍ତଦାତାଙ୍କ ମଧ୍ୟରେ ଅଜୟ କୁମାର ନାଗ, ଅରୁଣ ଦୋର, ରାଜେଶ ମିଶ୍ର, ହେମ ସାଗର ବଗର୍ତ୍ତୀ ପ୍ରମୁଖ ରକ୍ତଦାନ କରିଛନ୍ତି ।